ଗୁଜବ ବିରୋଧରେ ମୁହଁ ଖୋଲିଲେ ସଲମାନ୍‌

ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ୍‌ ଖାନ ଏବେ ଲକ୍‌ଡାଉନ୍‌ ସମୟରେ ନିଜ ପାନ୍‌ଭେଲ୍‌ ଫାର୍ମ ହାଉସ୍‌ରେ ପରିବାର ଓ କିଛି ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରୁଛନ୍ତି। କିନ୍ତୁ ଏହି ବିପତ୍ତି ବେଳେ ସେ ଓ ତାଙ୍କ ପ୍ରଯୋଜନା ସଂସ୍ଥା ‘ସଲମାନ୍‌ ଖାନ୍‌ ଫିଲ୍ମସ୍(ଏସ୍‌କେଏଫ୍‌)’ ଏକ ଚଳଚ୍ଚିତ୍ର ପାଇଁ କଳାକାର ଚୟନ ( କାଷ୍ଟିଂ) କରୁଥିବା ନେଇ ଜୋର୍‌ଦାର୍ ଚର୍ଚ୍ଚା ହେଉଛି। ସଲମାନ୍‌ ଏହା ଜାଣିବା ପରେ ଗତ ବିଳମ୍ବିତ ରାତିରେ ଏକ ଟ୍ବିଟ୍‌ କରି ଏହି ଘଟଣାକୁ ଖଣ୍ଡନ କରିଛନ୍ତି। ସେ ଟ୍ବିଟ୍‌ରେ ଲେଖିଛନ୍ତି, ‘କୌଣସି ପ୍ରକାର ଗୁଜବରେ ବିଶ୍ବାସ କରନ୍ତୁ ନାହିଁ’। ତାଙ୍କର ପ୍ରଯୋଜନା ସଂସ୍ଥା ଏବେ ‌କୌଣସି ଚଳଚ୍ଚିତ୍ର ପାଇଁ କଳାକାର ଖୋଜୁନାହାନ୍ତି କି କୌଣସି ଆଗାମୀ ଚଳଚ୍ଚିତ୍ର ପାଇଁ କାଷ୍ଟିଂ ଏଜେଣ୍ଟଙ୍କୁ ନିଯୁକ୍ତି ଦିଆଯାଇନାହିଁ। ତେବ‌େ ଏଭଳି ଗୁଜବ ସୃଷ୍ଟି କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି‌ବେ ‌ବୋଲି ସଲମାନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର