ମୁମ୍ବାଇ : ଏକ ଇଭେଣ୍ଟରେ ଯୋଗ ଦେବାର ପ୍ରତିଶ୍ରୁତି ଦେଇ ନ ରଖିବାରୁ ଆମେରିକାର ଏକ ଇଭେଣ୍ଟ କମ୍ପାନି ବଲିଉଡ଼ର ୫ଜଣ କଳାକାରଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ଏହି ୫ ଜଣଙ୍କ ମଧ୍ୟରେ ଅଛନ୍ତି ସଲମାନ ଖାନ୍‌,ସୋନାକ୍ଷୀ ସିହ୍ନା,କାଟ୍ରିନା କୈଫ୍‌, ପ୍ରଭୁଦେବା ଏବଂ ରଣବୀର ସିଂ । ଇଭେଣ୍ଟ ପାଇଁ ଟଙ୍କା ନେଇ ଯୋଗ ଦେଇ ନ ଥିଲେ ଏହି ବଲିଉଡ଼୍‍ କଳାକାର । ଏହା ସହ ପରେ ଇଭେଣ୍ଟ କମ୍ପାନିକୁ ଟଙ୍କା ମଧ୍ୟ ଫେରାଇ ନଥିଲେ । ଏହି କଳାକାରମାନଙ୍କ ସହ ମାଟ୍ରିକ୍ସ ଇଣ୍ଡିଆ ଏଣ୍ଟରଟେନ୍‌ମେଣ୍ଟ ପ୍ରାଇଭେଟ ଲିମିଟେଡ଼୍‍ ଏବଂ ୟଶ୍‌ରାଜ ଫିଲ୍ମସ୍‌ ବିରୋଧରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି । ଏହି ମାମଲାଟି ଭାଇବ୍ରାଣ୍ଟ ମିଡ଼ିଆ ଗ୍ରୁପ୍‌ ତରଫରୁ ରୁଜୁ କରାଯାଇଛି ।

Advertisment

publive-image The Second Angle

ମାମଲା ଅନୁଯାୟୀ,ଭାରତୀୟ ସିନେମାର ୧୦୦ବର୍ଷ ପୂର୍ତ୍ତି ହେବା ପରେ ସେପ୍ଟେମ୍ବର ୧, ୨୦୧୩ରେ ଏକ ଇଭେଣ୍ଟର ଆୟୋଜନ କରାଯାଇଥିଲା । କିନ୍ତୁ ସଲମାନଙ୍କୁ କୃଷ୍ଣସାର ମୃଗ ହତ୍ୟା ମାମଲା ପାଇଁ ବିଦେଶ ଯିବାକୁ ମନା କରାଯାଇଥିବାରୁ ଏହି ଇଭେଣ୍ଟକୁ ରଦ୍ଦ କରିବାକୁ ପଡ଼ିଥିଲା । ଇଭେଣ୍ଟ ରଦ୍ଦ ହେବା ପରେ ବଲିଉଡ଼୍‍ର ଏହି କଳାକାରମାନେ ଟଙ୍କା ନ ଫେରାଇ ଅନ୍ୟ ପ୍ରମୋଟରଙ୍କ କାର୍ଯ୍ୟକ୍ରମକୁ ଯିବା ପାଇଁ ପ୍ରସ୍ତୁତ ହୋଇ ଯାଇଥିଲେ । ଇଭେଣ୍ଟ କମ୍ପାନି ତରଫରୁ ଟଙ୍କା ଫେରାଇବା ପାଇଁ କୁହାଯାଇଥିବା ବେଳେ ଏହି କଳାକାରମାନେ କିଛି ଶୁଣି ନଥିଲେ।