ବନ୍ଦ ହେଲା ସଲମାନ୍‌-ଆଲିଆଙ୍କ ‘ଇନ୍‌ସାଲ୍ଲା’! ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ କହିଲେ ଏହି କଥା 

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନ୍‌ ଓ ସୁପରହିଟ୍‌ ନାୟିକା ଆଲିଆ ଭଟ୍ଟଙ୍କୁ ନେଇ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ‘ଇନ୍‌ସାଲ୍ଲା’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରୁଛନ୍ତି ବୋଲି ସମସ୍ତେ ଜାଣିଥିଲେ । ଏହି ଫିଲ୍ମ ସଂପର୍କରେ ଘୋଷଣା ହେବା ଦିନଠାରୁ ଏହାକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି।  ଏଇଥିପାଇଁ ଏହା ଚର୍ଚ୍ଚାର ବିଷୟ ଯେ ପ୍ରଥମ ଥର ପାଇଁ ସଲମାନ୍‌ ଓ ଆଲିଆ ଏକାଠି କାମ କରୁଛନ୍ତି।

କିନ୍ତୁ ‘ଇନସାଲ୍ଲା’ସଂପର୍କରେ ଏବେ ଏକ ଚାଞ୍ଚଲ୍ୟକର ଖବର ମିଳିଛି। ତାହା ହେଲା ଯେ ଏହି ସିନେମାର କାମ କିଛି ସମୟଲାଗି ବନ୍ଦ କରିଦିଆଯାଇଛି। ଭଂସାଲୀ ପ୍ରଡକସନ୍ସ ପକ୍ଷରୁ କୁହାଯାଇଛି ଯେ ଏହାର କେବେ ସୁଟିଂ ଆରମ୍ଭ କରାଯିବ ତାହା ଏଯାଏଁ ସ୍ଥିର ହୋଇନାହିଁ। ଅପରପକ୍ଷରେ ବଲିଉଡରେ ଚର୍ଚ୍ଚା ଜୋର ଧରିଛି ଯେ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ‘ଇନ୍‌ସାଲ୍ଲା’ ଟାଇଟଲରେ ଯେଉଁ  ଫିଲ୍ମ ତିଆରି କରିବାକୁ ଯାଉଥିଲେ, ତାହା ଏବେ ବନ୍ଦ ହୋଇଯାଇଛି।

photo-news18

ସୂଚନଯୋଗ୍ୟ ଏହି ଫିଲ୍ମର ଅଧିକାଂଶ ସୁଟିଂ ବାରାଣାସୀରେ କରାଯିବ। ଉତ୍ତରାଖଣ୍ଡରେ ବି କିଛି ଅଂଶରୁ ସୁଟିଂ ହେବ। ଏହାଛଡ଼ା ‘ଇନସାଲ୍ଲା’ର କିଛି ଭାଗ ଆମେରିକାର ମିୟାମି ଓ ଆର୍ୟାଲାଣ୍ଡରେ ବି ସୁଟ୍‌ କରାଯିବ ବୋଲି ପୂର୍ବରୁ ସଂଜୟ ଲୀଲା ଭଂସାଲୀ ଜଣାଇଥିଲେ।

ସଲମାନ୍‌ ଖାନ୍‌ ଓ ଆଲିଆ ଭଟ୍ଟ ଏବେକାର ବଡ଼ ତାରକା ହୋଇଥିବା ହେତୁ ସେମାନଙ୍କର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ବିଶେଷ ଧ୍ୟାନ ଦିଆଯିବ ବୋଲି କହିଥିଲେ ସଂଜୟ ଲୀଲା ଭଂସାଲୀ।

 

ସମ୍ବନ୍ଧିତ ଖବର