ସଲମାନ୍‌ଙ୍କ ବଡ଼ିଗାଡର୍ସ ବିଗାଡ଼ି ଦେଲେ ଆୟୁଷ୍ମାନ ଖୁରାନାଙ୍କ ଫଟୋସୁଟ

ମୁମ୍ବାଇ: ସଲମାନ ଖାନ୍‌ଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ତାଙ୍କ ବଡ଼ିଗାଡର୍ସ ଆୟୁଷ୍ମାନ୍‌ ଖୁରାନା ଓ କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବଡ଼ାଙ୍କୁ ଧକ୍କା ଦେଇ ଆଗକୁ ବଢ଼ୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ସେତେବେଳେର ଯେତେବେଳେ ଆୟୁଷ୍ମାନ ମୁକେଶ ଛାବଡ଼ାଙ୍କ ଜନ୍ମଦିନ ଭୋଜିରେ ଯୋଗ ଦେବାକୁ ପହଞ୍ଚିଥିଲେ। ସେ ବାହାରେ ମୁକେଶଙ୍କୁ ଆଲିଙ୍ଗନ କରିବା ସହିତ ଫଟୋଗ୍ରାଫର୍‌ଙ୍କୁ ପୋଜ ଦେଉଥିଲେ। ଏହି ସମୟରେ ବଡିଗାଡ ସହିତ ସଲମାନ ସେଠାରୁ ବାହାରିଥିଲେ। ସଲମାନଙ୍କ ପାଇଁ ରାସ୍ତା କଡ଼ାଉ ଥିବା ସମୟରେ ବଡିଗାଡ ଆୟୁଷ୍ମାନ ଓ ମୁକେଶଙ୍କୁ ଅସମ୍ମାନ କଲା ଭଳି ଧକ୍କା ଦେଇ ଆଗକୁ ବଢ଼ିଥିଲେ।

ଏହି ସମୟରେ ଆୟୁଷ୍ମାନ ଓ ମୁକେଶଙ୍କ ଫଟୋ ସେସନ୍‌ ଖରାପ ହୋଇଯାଇଥିଲା। କିନ୍ତୁ ସେ କ’ଣ କରି ଥାଆନ୍ତେ। ଦୁହେଁ କେବଳ ସଲମାନଙ୍କୁ ଦେଖିକି ହିଁ ରହିଗଲେ। ଆଉ ସଲମାନ୍‌ ତାଙ୍କୁ ନଦେଖି ଆଗକୁ ବଢ଼ି ଯାଇ ନିଜ କାର୍‌ରେ ବସି ପଡ଼ିଥିଲେ। ସଲମାନ୍‌ ଏଇକିଛି ଦିନ ହେବ ହେବ ନିଜର ଅପକମିଂ ସିନେମା ‘ରେସ୍‌ ୩’ର ପ୍ରମୋସନ୍‌ ପାଇଁ ବ୍ୟସ୍ତ ଅଛନ୍ତି। ସେହିପରି ଆୟୁଷ୍ମାନଙ୍କୁ ଶେଷଥର ପାଇଁ ‘ଶୁଭ ମଙ୍ଗଳ ସାବଧାନ’ (୨୦୧୭)ରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର