ଅଭିନେତା ସଲମାନ ଖାନ୍ ଏବେ ନିଜ ପାନଭେଲ୍ସ୍ଥିତ ଫାର୍ମ ହାଉସ୍ରେ ଲୁଲିଆ ଭାଣ୍ଟୁର, ଜାକଲିନ ଫର୍ଣ୍ଣାଡିଜ୍ ଓ ଅନ୍ୟମାନଙ୍କ ସହ କ୍ବାରାଣ୍ଟିନ୍ରେ ରହିବା ସହ ଲକ୍ଡାଉନ୍ ମଧ୍ୟରେ ମୁକ୍ତ ସମୟରେ ଅନେକ କିଛି କାର୍ଯ୍ୟ ଜାରି ରଖିଛନ୍ତି। ତେବେ ନିକଟରେ ସଲମାନ୍ ଜାକଲିନଙ୍କ ସହ ସାଇକେଲରେ ଯାଉଥିବା ଦେଖିବାକୁ ମିଳିଛନ୍ତି। ସାଇକେଲିଂ କରୁଥିବା ସମୟର ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହ ଲକ୍ଡାଉନ୍ ଯୋଗୁଁ ସଲମାନ୍ ନିଜ ପରିବାର ସହ ଇଦ୍ ପାଳି ପାରିନାହାନ୍ତି। ସଲମାନଙ୍କ ବାପା ସଲିମ ଖାନ୍ ଏକ ସାକ୍ଷାତକାରରେ କହିଥିଲେ ଯେ ସଲମାନ୍ ଫୋନ୍ରେ ତାଙ୍କୁ ଇଦ୍ର ଶୁଭେଚ୍ଛା ଜଣାଇଛନ୍ତି। ଲକ୍ଡାଉନ୍ରେ ସଲମାନ ଗରିବ ଲୋକମାନଙ୍କୁ ଖାଦ୍ୟ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ବାଣ୍ଟୁଥିବା ଦେଖିବାକୁ ମିଳିଛି।
ସଲମାନ୍-ଜାକଲିନ୍ ସାଇକେଲ୍ରେ ବୁଲୁଥିବା ବେଳର ଫଟୋ ଭାଇରାଲ୍
/sambad/media/post_attachments/wp-content/uploads/2020/06/salman.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)