ଟ୍ରାଫିକ ନିୟମ ଭାଙ୍ଗି ଜରିମାନା ଦେଇ ନାହାନ୍ତି ଏହି ସେଲିବ୍ରିଟି; ନାମ ତାଲିକା ବାହାର କଲା ମୁମ୍ବାଇ ଟ୍ରାଫିକ ପୁଲିସ୍‌

ମୁମ୍ବାଇ: ମୁମ୍ବାଇ ଟ୍ରାଫିକ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍‌ ନିୟମ ଉଲଂଘନ କରିଥିବା ଗାଡ଼ି ମାଲିକଙ୍କର ଏକ ତାଲିକା ପ୍ରକାଶ ପାଇଛି। ଏହି ଗାଡ଼ିମାଲିକମାନଙ୍କୁ ଟ୍ରାଫିକ ନିୟମ ଉଲଂଘନ ପରେ ଇ-ଚାଲାଣ ଜାରି କରାଯାଇଥିଲେ ମଧ୍ୟ ସେମାନେ ଜରିମାନା ପୈଠ କରିନାହାନ୍ତି। କୌତୁହଳର ବିଷୟ ହେଲା, ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ , ମହାରାଷ୍ଟ୍ର ନିର୍ମାଣ ସେନା ମୁଖ୍ୟ ରାଜ୍‌ ଥାକ୍‌ରେ ଓ ହାସ୍ୟାଭିନେତା କପିଲ ଶର୍ମାଙ୍କ ଭଳି ସେଲିବ୍ରିଟିଙ୍କ ନାମ ରହିଛି।

ଚଳିତ ବର୍ଷ ଜାନୁଆରିରୁ ଜୁଲାଇ ମଧ୍ୟରେ ୪ ଥର ନିୟମ ଉଲଂଘନ କରିଥିବା ଏମ୍‌ଏଚ୍‌ ୦୨ ବିଓ୍ଵାଇ ୨୭୨୭ ଗାଡ଼ି ସଲମାନ୍‌ ଖାନ୍‌ଙ୍କ ଭାଇ ଅରବାଜ୍‌ଙ୍କ ନାମରେ ରେଜିଷ୍ଟ୍ରି ହୋଇଛି। ଏହି ଗାଡ଼ି ଉପରେ ଟ୍ରାଫିକ ନିୟମ ଅମାନ୍ୟ ଲାଗି ୪୦୦୦ଟଙ୍କାର ଜରିମାନା ବାକି ରହିଛି।

ସେହିପରି କପିଲ ଶର୍ମାଙ୍କ ନାମରେ ରେଜିଷ୍ଟର ହୋଇଥିବା ଗାଡ଼ି ଏମ୍‌ଏଚ୍‌ ୦୪ ଏଫ୍‌ଜେଡ୍‌ ୭୭୦ ଗାଡ଼ି ଉପରେ ୨୦୦୦ ଟଙ୍କାର ଜରିମାନା ବାକି ପଡ଼ିଛି। ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ୍‌ ଥାକ୍‌ରେ ଫ୍ୟାନ୍ସି ନମ୍ବର ଫ୍ଲେଟ୍‌ ଲଗାଇ ଥିବାରୁ ତାଙ୍କ ଉପରେ ଗତ ଫେବୃଆରି ୨୮ରେ ୧୦୦୦ଟଙ୍କା ଜରିମାନା ହୋଇଥିବା ବେଳେ ସେ ଏହା ପୈଠ କରି ନାହାନ୍ତି। ତେବେ ଏହି ତାଲିକା ପ୍ରକାଶ ପାଇବା ପରେ ଗାଡ଼ି ମାଲିକମାନେ ମତ ନେଇଛନ୍ତି କି ସେମାନଙ୍କୁ ଏ ନେଇ ପୁଲିସ ପକ୍ଷରୁ ଅବଗତ କରାଯାଇ ନାହିଁ।

ସମ୍ବନ୍ଧିତ ଖବର