ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଉଥିଲେ ସଲମାନ ଖାନ୍‌ଙ୍କ ଭିଣୋଇ, ଟ୍ରାଫିକ୍‌ ପୁଲିସ କାଟିଲେ ଚାଲାଣ

ବଡ଼ୋଦରା : ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନଙ୍କ ଭିଣୋଇ ଫିଲ୍ମ ‘ଲଭ୍‌ରାତ୍ରୀ’ ଜରିଆରେ ବଲିଉଡ୍‌ରେ ପ୍ରବେଶ କରିବାକୁ ଯାଉଛନ୍ତି । ଫିଲ୍ମର ଟ୍ରେଲର ରିଲିଜ୍‌ ପରେ ଏହାର ଏକ ଗୀତ ମଧ୍ୟ ରିଲିଜ କରାଯାଇଛି । ଫିଲ୍ମଟି କେମିତି ବକ୍ସ ଅଫିସରେ ସଫଳତା ପାଇବ ସେ ନେଇ ଜୋରସୋରରେ ଫିଲ୍ମର ପ୍ରମୋସନ କରିବାରେ ଲାଗିଛନ୍ତି ସଲମାନ୍‌ଙ୍କ ଭିଣୋଇ ଆୟୁଷ ଶର୍ମା ଏବଂ ଅଭିନେତ୍ରୀ ଓ୍ଵାରିନା । ତେବେ ଫିଲ୍ମ ପ୍ରମୋସନ କରିବା ପାଇଁ ବଡ଼ଦୋରା ଯାଇଥିବା ବେଳେ ଆୟୁଷଙ୍କୁ ଟ୍ରାଫିକ୍‌ ପୁଲିସଙ୍କୁ ସାମ୍ନା କରିବାକୁ ପଡ଼ିଥିଲା । ବିନା ହେଲ୍‌ମେଟ୍‌ରେ ସ୍କୁଟି ଚଳାଇ ରାସ୍ତାରେ ଯାଉଥିବା ବେଳେ ଟ୍ରାଫିକ୍‌ ପୁଲିସ ତାଙ୍କର ଚାଲାଣ କାଟିଥିବା ଜଣା ପଡ଼ିଛି ।

oneindia.com

ସୂଚନା ମୁତାବକ,ଆୟୁଷ ଏବଂ ଓ୍ଵାରିନା ବିମାନବନ୍ଦରରୁ ସ୍କୁଟି ଚଳାଇ ପ୍ରମୋସନ କରିବାକୁ ଥିବା ସ୍ଥାନରେ ପହଞ୍ଚିଥିଲେ । ତାଙ୍କ ଟିମ୍‌ ମଧ୍ୟ ତାଙ୍କ ସହ ଥିବା ଜଣା ପଡ଼ିଛି । ତେବେ ଆୟୁଷ ଓ୍ଵାରିନାଙ୍କୁ ବସାଇ ନେଉଥିବା ବେଳେ ମୁଣ୍ଡରେ ହେଲ୍‌ମେଟ୍‌ ପିନ୍ଧି ନଥିଲେ । ଏ ଖବର ଟ୍ରାଫିକ୍‌ ପୁଲିସ ପାଖରେ ପହଞ୍ଚିବା ପରେ ଅୟୁଷ ଥିବା ହୋଟେଲକୁ ଯାଇ ୧୦୦ଟଙ୍କାର ଚାଲାଣ କାଟିଥିଲେ ଟ୍ରାଫିକ୍‌ ପୁଲିସ । କଳାକାରମାନଙ୍କୁ ଟ୍ରାଫିକ୍‌ ନିୟମ ମାନିବା ଦରକାର । ଯଦି ସେ ନ ମାନିବେ ତାଙ୍କ ପ୍ରଶଂସକମାନେ ମଧ୍ୟ ନିୟମ ମାନିବା ଛାଡ଼ି ଦେବେ ବୋଲି ବଡ଼ୋଦରା ଟ୍ରାଫିକ୍‌ ପୁଲିସ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର