ମୁମ୍ବାଇ : ଭାରତ-ପାକ୍ ମଧ୍ୟରେ ଅଶାନ୍ତିର ବାତାବରଣ ଲାଗି ରହିଥିବା ବେଳେ ବଲିଉଡ୍ କଣ୍ଠଶିଳ୍ପୀ ମିକା ସିଂହ ପାକିସ୍ତାନରେ ଯାଇ ସଙ୍ଗୀତ ପରିବେଷଣ କରିଥିଲେ । ଯାହା ପାଇଁ ତାଙ୍କ ଉପରେ ଅଲ୍ ଇଣ୍ଡିଆ ସିନେ ଓ୍ଵାର୍କସ୍ ଆସୋସିଏସନ୍ ଓ ଫେଡେରେସନ ଅଫ୍ େଓ୍ଵଷ୍ଟର୍ଣ୍ଣ ସିନେ ଏମ୍ପ୍ଲଇଜ୍ ଦ୍ୱାରା ପ୍ରତିବନ୍ଧକ ଲଗାଯାଇଥିଲା । କିନ୍ତୁ ମିକା ନିଜ ଭୁଲ ପାଇଁ କ୍ଷମା ମାଗିବାରୁ ଗତ ଶୁକ୍ରବାର ତାଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇ ଦିଆଯାଇଥିଲା । ତେବେ ମିକାଙ୍କୁ ଫିଲ୍ମ ଆସୋସିଏନ୍ ପକ୍ଷରୁ କ୍ଷମା ମିଳିିଥିଲେ ମଧ୍ୟ ଲୋକେ ତାଙ୍କୁ କ୍ଷମା କରି ପାରି ନାହାନ୍ତି । ଲୋକଙ୍କ ଅସନ୍ତୋଷ ମନୋଭାବ ଦେଖି ଏବେ ଆମେରିକାରେ ହେବାକୁ ଥିବା ସଲମାନ ଖାନ୍ କନସର୍ଟରୁ ମିକାଙ୍କୁ ଦାଦ କରି ଦିଆଯାଇଥିବା ଜଣାପଡ଼ିଛି।
/sambad/media/post_attachments/bf7a08d597783809b094eeb60ef91764c527dfdb4fb177b488a687f54ec2f2ea.jpg)
ସୂଚନା ମୁତାବକ, ଆମେରିକାର ବିଭିନ୍ନ ସହରରେ ‘ଅପ୍, କ୍ଲୋଜ୍ ଆଣ୍ଡ ପର୍ସନାଲ ଉଇଥ୍ ସଲମାନ’ କାର୍ଯ୍ୟକ୍ରମ ଆୟୋଜିତ ହେବାର ଥିଲା । ଅଗଷ୍ଟ ୨୮ରେ ହଷ୍ଟନ ସହରରେ ମିକା ସଙ୍ଗୀତ ପରିବେଷଣ କରିବେ ବୋଲି ସୂଚନା ମିଳିଥିଲା । ତେବେ ଆୟୋଜନ କରିଥିବା ଇଭେଣ୍ଟ କମ୍ପାନୀ ଜୋର୍ଡି ପଟେଲଙ୍କ ପକ୍ଷରୁ କୁହାଯାଇଥିଲା କି "ଆମେ ଭବେଶ ପଟେଲଙ୍କ ସହ କାମ କରୁଛୁ । ଆମେରିକାର କିଛି ଆଞ୍ଚଳିକ ପ୍ରମୋଟର ମିକାଙ୍କୁ ଡାକିଛନ୍ତି । ସଲମାନଙ୍କ ସହ ତାଙ୍କର କିଛି ସଂପର୍କ ନାହିଁ । ସଲମାନ ତାଙ୍କ ସହ ଷ୍ଟେଜ୍ ମଧ୍ୟ ସେୟାର କରିବେ ନାହିଁ" ।