ମୁମ୍ବାଇ: ଆଜି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା। ସାଧାରଣ ଲୋକଙ୍କ ସମେତ ସମସ୍ତ ବଲିଉଡ କଳାକାର ମଧ୍ୟ ଭୋଟ୍ ଦେଇ ନିଜର କର୍ତ୍ତବ୍ୟ ପାଳନ କରିଥିଲେ। ହତ୍ୟା ଧମକ ପରେ ବି ସୁପରଷ୍ଟାର ସଲମାନ ଖାନ ମଧ୍ୟ ମୁମ୍ବାଇରେ ଭୋଟ୍ ଦେଇଥିଲେ ବୋଲି ଜଣାଯାଇଛି।
ଧୂସର ଟି-ସାର୍ଟ, କଳା ଟୋପି ଏବଂ କଳା ଚଷମା ପିନ୍ଧି ସଲମାନ ଖାନ ସିକନ୍ଦର ଲୁକରେ ଭୋଟ୍ ଦେବାକୁ ପହଞ୍ଚିଥିବା ଦେଖାଯାଇଥିଲା। ସେ ବାନ୍ଦ୍ରା ୱେଷ୍ଟର ମତଦାନ ବୁଥରେ ଭୋଟ୍ ଦେଇଥିଲେ। କଡା ସୁରକ୍ଷା ମଧ୍ୟରେ ସୁପରଷ୍ଟାର ମତଦାନ କରିଥିବା ଜଣାଯାଇଛି |
ଗତ କିଛି ଦିନ ହେବ ସଲମାନ ଚର୍ଚ୍ଚାରେ ରହିଛନ୍ତି | ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ତାଙ୍କୁ ହତ୍ୟା ଧମକ ଦେଉଥିବା ବେଳେ ତାଙ୍କ ଘର ଉପରେ ଆକ୍ରମଣ କରିସାରିଛି | ଘନିଷ୍ଠ ବନ୍ଧୁ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯିବା ପରେ ଏବେ ସଲମାନଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/11/20/gIvDA1fxH0qCZJfQO40s.jpg)