ମୁମ୍ବାଇ: ରାବଣଙ୍କଠାରୁ ସଲମାନର ଅହଙ୍କାର ଅଧିକ। ତାକୁ ହତ୍ୟା କରିବା ମୋ ଜୀବନର ଲକ୍ଷ। ଏଭଳି କହି ପୁଣି ଥରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ ଦେଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ। ନିକଟରେ ଏବିପି ନିଉଜକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛି ଯେ ସଲମାନ ଖାନକୁ ହତ୍ୟା କରିବା ମୋ ଜୀବନର ଲକ୍ଷ୍ୟ। କଳାହରିଣକୁ ହତ୍ୟା କରିଥିବାରୁ ବିଷ୍ଣୋଇ ସମ୍ପ୍ରଦାୟକୁ କ୍ଷମା ମାଗିବା ପରେ ହିଁ ଏହି ବିବାଦ ଶେଷ ହେବ।
ତାଙ୍କ କହିବା ମୁତାବକ, “ସଲମାନ ଖାନଙ୍କୁ କ୍ଷମା ମାଗିବାକୁ ପଡ଼ିବ। ସେ ବିକାନେରରେ ଥିବା ଆମ ମନ୍ଦିରକୁ ଯାଇ କ୍ଷମା ମାଗିବା ଉଚିତ୍। ମୋ ଜୀବନର ଲକ୍ଷ୍ୟ ହେଉଛି ସଲମାନ ଖାନଙ୍କୁ ହତ୍ୟା କରିବା। ଯଦି ତାଙ୍କ ସୁରକ୍ଷା ହଟାଯାଏ ତେବେ ମୁଁ ସଲମାନ ଖାନଙ୍କୁ ହତ୍ୟା କରିବି। ଯଦି ସେ କ୍ଷମା ମାଗନ୍ତି, ତେବେ ବିବାଦ ଶେଷ ହେବ। ସଲମାନ ହେଉଛନ୍ତି ଅହଙ୍କାରୀ, ସିଦ୍ଧୁ ମୁସେୱାଲା ମଧ୍ୟ ସେପରି ଥିଲେ। ସଲମାନ ଖାନଙ୍କ ଅହଙ୍କାର ରାବଣଙ୍କଠାରୁ ବି ବଡ।
ସେ ଆହୁରି କହିଛନ୍ତି ଯେ, “ଆମ ସମାଜର ଲୋକମାନେ ସଲମାନ ଖାନଙ୍କ ଉପରେ ଏବେ ବି ରାଗିଛନ୍ତି। ସେ ମୋ ସମାଜକୁ ଅପମାନିତ କରିଛନ୍ତି। ତାଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା କିନ୍ତୁ ସେ କ୍ଷମା ମାଗିନଥିଲେ। ଯଦି ସେ କ୍ଷମା ପ୍ରାର୍ଥନା ନକରନ୍ତି, ତେବେ ଏହାର ପରିଣାମକୁ ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ। ମୁଁ ତାଙ୍କୁ ହତ୍ୟା କରିବା ପାଇଁ ଅନ୍ୟ କାହା ଉପରେ ନିର୍ଭର କରିବି ନାହିଁ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Lawrence-Says-About-Salmans-Ego_Thumbnail.jpg)