ମୁମ୍ବାଇ: ଗତ ସପ୍ତାହରେ ବଲିଉଡର ମେଗାଷ୍ଟାର ସଲମାନ ଖାନଙ୍କୁ ଏକ ଧମକ ମିଳିଥିଲା। ଏହି ଧମକ ମୁମ୍ବାଇ ଟ୍ରାଫିକ ପୁଲିସର ହ୍ବାଟସ୍ ଆପ୍ ନମ୍ବରକୁ ପଠାଯାଇଥିଲା। ବର୍ତ୍ତମାନ ଏହି ଘଟଣାକୁ ନେଇ ଏକ ବଡ ଅପଡେଟ୍ ଆସିଛି। ସୂଚନା ମିଳିଛି ଯେ ଧମକ ଦେଇଥିବା ବ୍ୟକ୍ତି ଏବେ କ୍ଷମା ମାଗିଛନ୍ତି। ଧମକ ଦେବାର କିଛି ଦିନ ପରେ ଧମକ ଦେଇଥିବା ଯୁବକ ମେସେଜ ପଠାଇ କ୍ଷମା ମାଗିଥିବା ସାମ୍ନାକୁ ଆସିଛି।
କ୍ଷମା ମାଗି ଯୁବକଜଣକ ଲେଖିଛନ୍ତି, ଭୁଲରେ ସେ ଏଭଳି ମେସେଜ ପଠାଇ ଦେଇଥିଲେ। ଏଥିପାଇଁ ତାଙ୍କୁ କ୍ଷମା କରାଯାଉ। ତେବେ ପୁଲିସ ମେସେଜ ପଠାଇଥିବା ବ୍ୟକ୍ତିଜଣକ ଝାଡଖଣ୍ଡର ବୋଲି ଟ୍ରାକ୍ କରି ଜାଣିସାରିଛି। ହେଲେ ପୁଲିସ କ’ଣ କାର୍ଯ୍ୟାନୁଷ୍ଠାନ ନେବ ତାହା ଆଗକୁ ଜଣାପଡ଼ିବ।
ଉଲ୍ଲେଖଯୋଗ୍ୟ, ଯୁବକଜଣକ ମେସେଜ ପଠାଇ ଲେଖିଥିଲେ, "ଏହାକୁ ହାଲୁକା ଭାବେ ନେବ ନାହିଁ। ଯଦି ସଲମାନ ଖାନ ଜୀବିତ ରହିବାକୁ ଏବଂ ଲରେନ୍ସ ବିଷ୍ଣୋଇଙ୍କ ସହିତ ତାଙ୍କର ଶତ୍ରୁତାକୁ ଶେଷ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ୫କୋଟି ଟଙ୍କା ଦେବାକୁ ପଡ଼ିବ। ଯଦି ଟଙ୍କା ନଦିଅନ୍ତି, ତେବେ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଅବସ୍ଥାଠାରୁ ଅଧିକ ଖରାପ ହେବ । " ମୁମ୍ବାଇ ପୁଲିସ ଏହି ବାର୍ତ୍ତାକୁ ଗମ୍ଭୀରତାର ସହ ନେଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହେଲେ ଏବେ ଯୁବକଜଣକ କ୍ଷମା ମାଗିବା ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/10/22/y1c5Er7cNuhdon6g2gGF.jpg)