ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗତଶନିବାର ସନ୍ଧ୍ୟାରେ ଚାରି ଘଣ୍ଟା ଧରି ଅସ୍ତ୍ରବିରତି ହୋଇଥିଲା। ଏହି ସମୟରେ ଅନେକ ତାରକା ନିଜନିଜ ପ୍ରତିକ୍ରିୟା ଦେଇଥିଲେ।
ଏହି କ୍ରମରେ ସଲମାନ ଖାନ ମଧ୍ୟ ଏକ ପୋଷ୍ଟ ସେୟାର କରିଥିଲେ। ପୋଷ୍ଟ ସେୟାର କରିବାର କିଛି ସମୟ ପରେ ସଲମାନ ଟ୍ରୋଲ ହୋଇଥିଲେ। ଏହାପରେ ସଲମାନ ସେୟାର କରିଥିବା ପୋଷ୍ଟକୁ ତୁରନ୍ତ ଡିଲିଟ କରି ଦେଇଛନ୍ତି।
ଗତଶନିବାର ସନ୍ଧ୍ୟାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାରି ଘଣ୍ଟା ପାଇଁ ଅସ୍ତ୍ରବିରତି ବଳବତ୍ତର ରହିଥିଲା। ଏହାପରେ ଅନେକ ଚଳଚ୍ଚିତ୍ର କଳାକାର ଅସ୍ତ୍ରବିରତି ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ଏବଂ ଏହାକୁ ସ୍ୱାଗତ କରିଥିଲେ।
ଅଭିନେତା ସଲମାନ ଖାନ ମଧ୍ୟ ଏକ ପୋଷ୍ଟ ସେୟାର କରିଥିଲେ କିନ୍ତୁ କିଛି ମିନିଟ୍ ପରେ ତାହାକୁ ଡିଲିଟ୍ କରିଦେଇଥିଲେ। ଏହି ଟ୍ୱିଟ୍ ଓ ଟ୍ବିଟ ଡିଲିଟ ପାଇଁ ତାଙ୍କୁ ଟ୍ରୋଲ୍ କରାଯାଉଛି।
ସଲମାନ ଖାନଙ୍କ ଟ୍ୱିଟର ଏକ ସ୍କ୍ରିନସଟ୍ ଇଣ୍ଟରନେଟରେ ଭାଇରାଲ ହେଉଛି। ସଲମାନ ଏକ୍ସ ଆକାଉଣ୍ଟ (ପୂର୍ବରୁ ଟ୍ୱିଟର)ରେ ପୋଷ୍ଟ ସେୟାର କରି ଲେଖିଥିଲେ, "ଅସ୍ତ୍ରବିରତି ପାଇଁ ଭଗବାନଙ୍କୁ ଧନ୍ୟବାଦ।" ଏହି ପୋଷ୍ଟକୁ ସଲମାନ କିଛି ସମୟ ମଧ୍ୟରେ ଡିଲିଟ୍ କରିଦେଇଥିଲେ।
ସଲମାନଙ୍କ ଏଭଳି ପୋଷ୍ଟକୁ ନେଇ ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି 'ପହଲଗାମ ଉପରେ କୌଣସି ଟ୍ୱିଟ୍ ନାହିଁ, କିନ୍ତୁ ସଲମାନ ଖାନ ଯୁଦ୍ଧବିରତିରେ ବହୁତ ଖୁସି। ସଲମାନ ଖାନ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସମର୍ଥନ କରୁଛନ୍ତି।
ସଲମାନ ଖାନ ଭାରତୀୟ ସେନାର ସମର୍ଥନରେ ଟ୍ୱିଟ୍ କରି ନଥିଲେ, କିନ୍ତୁ ଏବେ ଯୁଦ୍ଧବିରତି ଘୋଷଣା ପରେ ତୁରନ୍ତ ପୋଷ୍ଟ ସେୟାର କରିଥିଲେ। ତାହାକୁ ପୁଣି ଡିଲିଟ କରି ଦେଇଛନ୍ତି। ସଲମାନଙ୍କ ପାଇଁ ବୋଧେ ହୁଏ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ଉତ୍ତେଜନା ସାଧାରଣ କଥା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/11/ojl5K4EKn7O3qJ4OohXx.jpg)