ମୁମ୍ବାଇ: ନିଜର ଅତି ଘନିଷ୍ଠ ବନ୍ଧୁ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ବଲିଉଡ ନେତା ଭାଙ୍ଗି ପଡିଛନ୍ତି | ହଠାତ ଏଭଳି ଘଟିବା ପରେ ଏବେ ସଲମାନ ଖାନଙ୍କ ସୁରକ୍ଷା ବଢ଼ାଇଦିଆଯାଇଛି | ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କୁ ବି ହତ୍ୟା ଧମକ ମିଳୁଥିବାରୁ ଏବେ କଡା ସୁରକ୍ଷା ମଧ୍ୟରେ 'ବିଗ୍ ବସ୍ ୧୮'ର ସୁଟିଂ ଆରମ୍ଭ କରିଛନ୍ତି ଅଭିନେତା | 'ୱିକେଣ୍ଡ କା ବାର'ରେ ସଲମାନ ପ୍ରତିଯୋଗୀଙ୍କ ସହ କଥା ହେବା ବେଳେ ଭାବବିହ୍ୱଳ ହୋଇଯାଇଥିବା ଦେଖିବାକୁ ମିଳିଛି | ଇଚ୍ଛା ନଥିଲେ ବି ସେ ସେଟକୁ ଆସିବାକୁ ବାଧ୍ୟ ହୋଇଥିବା କହିଛନ୍ତି |

Advertisment

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ପ୍ରତିଯୋଗୀ ଅବିନାଶ ମିଶ୍ରଙ୍କ ଉପରେ ରାଗିଯାଇ ଶିଳ୍ପା ଶିରୋଦକର ଖାଦ୍ୟ ଖାଇବା ବନ୍ଦ କରିଦେଇଥିଲେ | ଏ ବିଷୟରେ କହି ସେ ସଲମାନଙ୍କ ସାମ୍ନାରେ କାନ୍ଦିଥିଲେ। ଏହା ଶୁଣି ଶିଳ୍ପା ଶିରୋଦକରଙ୍କୁ, ସଲମାନ ଖାନ ତାଙ୍କୁ ତାଙ୍କ ଭାବନାକୁ ନିୟନ୍ତ୍ରଣରେ ରଖିବାକୁ ପରାମର୍ଶ ଦେଇଥିଲେ। ଏହା ସହ ସଲମାନ ତାଙ୍କୁ ପଚାରିଥିଲେ ଯଦି ତାଙ୍କ ଝିଅ ଖାଦ୍ୟ ଉପରେ ରାଗନ୍ତି ତେବେ ସେ କଣ କରିବେ? ଉତ୍ତରରେ ଶିଳ୍ପା କହିଥିଲେ ଯେ, ଖାଦ୍ୟ ପାଇଁ ମୁଁ ରାଗି ନାହିଁ ବରଂ ଅବିନାଶଙ୍କ ବ୍ୟବହାର ପାଇଁ ମୁଁ ରାଗିଛି |

ଏହା ଶୁଣି ସଲମାନ କହିଥିଲେ, “ତା’ହେଲେ, ଖାଇବା ଉପରେ ନରାଗି ତାଙ୍କର ସେହି ବ୍ୟବହାର ଉପରେ ରାଗ | ଏହି ଘରକୁ ଆସିଲେ ଇଚ୍ଛା ନଥାଇ ବି ଅନେକ ଜିନିଷ କରିବାକୁ ହୁଏ | ଯେମିତିକି ମୋର ଇଚ୍ଛା ନଥାଇ ବି ମୁଁ ଏଠାକୁ ଆସିଛି | ମୋ ଜୀବନରେ ଏବେ ଯାହା ଘଟୁଛି, ହେଲେ ଏହା ସତ୍ତ୍ୱେ ବି ମୁଁ ଆସିଛି |" ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ବନ୍ଧୁ ସିଦ୍ଦିକିଙ୍କୁ ହରାଇ ସଲମାନ ବହୁତ ଦୁଃଖିତ ଅଛନ୍ତି ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି |