ମୁମ୍ବାଇ: ବଲିଉଡର ଦବଙ୍ଗ ସଲମାନ ଖାନ ଜଣେ ମୁସଲମାନ ହୋଇପାରନ୍ତି, କିନ୍ତୁ ସେ ପ୍ରତ୍ୟେକ ଧର୍ମକୁ ସମ୍ମାନ କରନ୍ତି। ଦୀପାବଳି ହେଉ କିମ୍ବା ଇଦ୍ ହେଉ, ସେ ସବୁ ଉତ୍ସବ ଧୁମଧାମରେ ପାଳନ କରୁଥିବା ଦେଖାଯାଏ । ଏଭଳି ପରିସ୍ଥିତିରେ, ଅଭିନେତା ରାଖି ଏବଂ ଇଦ୍ ପର୍ବକୁ ଆଦୌ ପସନ୍ଦ କରନ୍ତି ନାହିଁ ଜାଣିବା ପରେ ଆପଣ ବିଶ୍ୱାସ କରିବେ କି? ଆଜ୍ଞା ହଁ, ସଲମାନ ନିଜେ ଏହା ପ୍ରକାଶ କରିଛନ୍ତି। 

Advertisment

ଏକ ସାକ୍ଷାତକାରରେ ସେ କହିଥିଲେ ଯେ, "ମୁଁ ସବୁବେଳେ ଇଦ୍ ଅବସରରେ ଉପହାର ଗ୍ରହଣ କରିଆସିଛି। କିନ୍ତୁ ସତ କହିବାକୁ ଗଲେ ମୁଁ ଇଦ୍ ଏବଂ ରାଖି ପର୍ବଙ୍କୁ ଆଦୌ ପସନ୍ଦ କରେ ନାହିଁ। ଭଉଣୀମାନଙ୍କ ପାଇଁ ମୋତେ ଇଦ୍ ଏବଂ ରାଖିରେ ଉପରେ ଅଧିକ ଖର୍ଚ୍ଚ କରିବାକୁ ପଡ଼େ । ଯଦି ମୁଁ ଟିକେ କମ ଟଙ୍କା ଦିଏ, ତେବେ ସେ ଗ୍ରହଣ କରନ୍ତି ନାହିଁ। ଅଧିକ ଦେବାକୁ କହନ୍ତି। ଯଦି ଇଦରେ କୌଣସି ଫିଲ୍ମ ସୁପରହିଟ୍ ହୁଏ, ତେ‌ବେ ଲକ୍ଷେ ଟଙ୍କା ତଳକୁ କେହି ଆସନ୍ତି ନାହିଁ। ଏହି କାରଣରୁ ମ‌ୋତେ ଏହି ୨ଟି ପର୍ବ ପସନ୍ଦ ନୁହେଁ ।"

ପେସାଦାର ଜୀବନକୁ ଦେଖିବାକୁ ଗଲେ ସଲମାନ ଖାନଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଟାଇଗର ୩' ରେ କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାଶମିଙ୍କ ସହ ଦେଖିବାକୁ ମିଳିଥିଲା। ଆଗକୁ ସେ ଫିଲ୍ମ 'ସିକନ୍ଦର'ରେ ନଜର ଆସିବେ।

ଏ ଖବର ପଢ଼ନ୍ତୁ- https://sambad.in/india-and-beyond/frog-leg-found-in-samosa-bought-from-sweet-shop-in-ups-ghaziabad-7063047