ମୁମ୍ବାଇ: ସଲମାନ ଖାନଙ୍କ ପୂର୍ବତନ ପ୍ରେମିକା ସୋମି ଅଲି ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହନ୍ତି। ଅନେକ ଥର ସଲମାନଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଥିବା ସୋମି ଅଲି କିଛି ଦିନ ତଳେ ତାଙ୍କର ଗୋଟିଏ ପୋଷ୍ଟ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିଲେ। ସେ ସଲମାନ ଖାନଙ୍କ ଶତ୍ରୁ ତଥା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ଜୁମ୍ କଲରେ କଥା ହେବାକୁ ଚାହୁଥିବା ଇନଷ୍ଟା ପୋଷ୍ଟରେ ଲେଖି ଜଣାଇଥିଲେ |

Advertisment

ଏବେ ସେ ଏକ ସାକ୍ଷାତକାରରେ ଲରେନ୍ସକୁ କ'ଣ କହିବାକୁ ଚାହୁଥିଲେ ତାହା ଜଣାଇଛନ୍ତି | ହିନ୍ଦୁସ୍ତାନ ଟାଇମ୍ସକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ମୁଁ ଲରେନ୍ସଙ୍କୁ ଶାନ୍ତି ପ୍ରସ୍ତାବ ଦେଇଥାନ୍ତି | ସଲମାନ ଖାନଙ୍କୁ କ୍ରମାଗତ ଭାବେ ମିଳୁଥିବା ଧମକକୁ ନେଇ ମୁଁ ଚିନ୍ତିତ | ସେଥିପାଇଁ ମୁଁ ଶାନ୍ତି ପାଇଁ କଥା ହେବାକୁ ଚାହୁଁଥିଲି। ଆଜିର ଚଳଚ୍ଚିତ୍ର ଶିଳ୍ପ ୯୦ଦଶକ ଠାରୁ ସମ୍ପୂର୍ଣ୍ଣ ଭିନ୍ନ | କିନ୍ତୁ ସୁରକ୍ଷା ସବୁବେଳେ ଚିନ୍ତାର କାରଣ ରହିଆସିଛି | ବିଶେଷକରି ମହିଳାମାନଙ୍କ ପାଇଁ ସୁରକ୍ଷା ସର୍ବଦା ଏକ ସମସ୍ୟା ରହିଆସିଛି | ମୁଁ କେବେ ବି ସିଧାସଳଖ ଧମକ ପାଇନାହିଁ କିନ୍ତୁ ଅନେକ ସମୟରେ ମୁଁ ଅସହଜ ଅନୁଭବ କରିଛି | 

ଉଲ୍ଲେଖଯୋଗ୍ୟ, ସୋମି ଅଲି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଫଟୋ ସେୟାର କରି ଏକ ଲମ୍ବା ପୋଷ୍ଟ ସେୟାର କରିଥିଲେ। ଏହି ପୋଷ୍ଟରେ ସେ ଲରେନ୍ସକୁ କହିଥିଲେ ଯେ, ସେ ତାଙ୍କ ମନ୍ଦିରକୁ ପୂଜା ପାଇଁ ଆସିବାକୁ ଚାହୁଁଛନ୍ତି। ସେ କରିଥିବା ପୋଷ୍ଟରେ ଲେଖାଯାଇଥିଲା ଯେ, ‘ଏହା ଲରେନ୍ସ ବିଷ୍ଣୋଇଙ୍କ ପାଇଁ ଏକ ବାର୍ତ୍ତା। ନମସ୍କାର ଲରେନ୍ସ ଭାଇ | ମୁଁ ଶୁଣିଛି ଏବଂ ଦେଖିଛି ଯେ ଆପଣ ଜେଲରୁ ଜୁମ୍ କଲ୍ ମଧ୍ୟ କରୁଛନ୍ତି, ତେଣୁ ମୁଁ ଆପଣଙ୍କ ସହ କଥା ହେବାକୁ ଚାହେଁ | ଏହା କିପରି ହୋଇପାରିବ ଦୟାକରି ମୋତେ ଜଣାନ୍ତୁ? ରାଜସ୍ଥାନ ସମଗ୍ର ବିଶ୍ୱରେ ମୋର ପ୍ରିୟ ସ୍ଥାନ | ମୁଁ ପୂଜା ପାଇଁ ଆପଣଙ୍କ ମନ୍ଦିରକୁ ଆସିବାକୁ ଚାହେଁ। କିନ୍ତୁ ପ୍ରଥମେ ଜୁମ୍ କଲ୍ କରି କଥା ହେବା ଏବଂ ପୂଜା ପରେ ଆମେ ଆଉ କିଛି ବିଷୟରେ ଆଲୋଚନା କରିବା | ମୋତେ ବିଶ୍ୱାସ କର, ମୁଁ କହିବାକୁ ଚାହୁଥିବା କଥାଗୁଡ଼ିକ ଆପଣଙ୍କ ଭଲ ପାଇଁ । ଯଦି ଆପଣ ଆପଣଙ୍କର ମୋବାଇଲ୍ ନମ୍ବର ସେୟାର କରିପାରିବେ ତେବେ ବହୁତ ଭଲ ହୁଅନ୍ତା।| ଧନ୍ୟବାଦ।”