ମୁମ୍ବାଇ: ବଲିଉଡ୍ର ‘ଦବଙ୍ଗ’ ସଲମାନ୍ ଖାନ୍ଙ୍କ ବିବାଦ ପିଛା ଛାଡୁ ନାହିଁ। ସଲମାନ୍ କଳା ହରିଣ ଶିକାର କରିଥିବା ମାମଲାଠାରୁ ଅନେକ ବିବାଦରେ ଛନ୍ଦି ହୋଇଥିଲେ। ଏହି କ୍ରମରେ ସଲମାନଙ୍କୁ ଆଉ ଏକ ନୂଆ ବିବାଦ ସାମ୍ନା କରିବାକୁ ପଡ଼ିଛି। ଏହି ମାମଲା ଜମି ସହିତ ଯୋଡ଼ି ହୋଇ ରହିଛି।
ଜଣେ ଏନ୍ଆରଆଇ ଦମ୍ପତ୍ତି ସଲମାନଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି, ସଲମାନ୍ ତାଙ୍କୁ ତାଙ୍କ ସମ୍ପତ୍ତିରୁ ବିଜୁଳି ନେବାକୁ ଦେଉ ନାହାନ୍ତି। ଏନ୍ଆଇଆର୍ ଦମ୍ପତ୍ତି ଏହି ସମ୍ପତ୍ତି ତାଙ୍କର ବୋଲି ଦାବି ସହିତ କହିଛନ୍ତି।
/sambad/media/post_attachments/wp-content/uploads/2018/07/IndiaTv2895d1_salman-khan-negative-role-300x181.jpg)
ଏନ୍ଆଇଆର୍ ଦମ୍ପତ୍ତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ତାଙ୍କୁ ସଲମାନ୍ ଖାନ୍ଙ୍କ ସମ୍ପତ୍ତିରେ ପ୍ରବେଶ କରିବା ପାଇଁ ରୋକା ଯାଉଛି। ସଲମାନ୍ ଖାନ୍ଙ୍କ ଓକିଲ କହିଛନ୍ତି, ଅଭିଯୋଗ କରିଥିବା ଏନ୍ଆରଆଇ ଦମ୍ପତ୍ତି ସଲମାନଙ୍କ ସମ୍ପତ୍ତିକୁ ନିଜ ନାମରେ କରିବାକୁ ଯାଉଛନ୍ତି ସେଥିପାଇଁ ସେ ଏପରି ଅଭିଯୋଗ ଆଣିଛନ୍ତି।
ସଲମାନ୍ କଳା ହରିଣ ଶିକାରଠାରୁ ଆରମ୍ଭ କରି ଗାର୍ଲଫ୍ରେଣ୍ଡ ସହିତ ଝଗଡ଼ା କରି ଜେଲ ଯାଇ ସାରିଛନ୍ତି। କଳା ହରିଣ ଶିକାରକୁ ନେଇ ତାଙ୍କୁ ଦଣ୍ଡ ମିଳି ସାରିଛି। ସେହିପରି ୨୦୦୨ ଡିସେମ୍ବର ୨୮ ତାରିଖରେ ଫୁଟପାଥ୍ରେ ଶୋଇଥିବା ଲୋକଙ୍କ ଉପରେ ଗାଡ଼ି ଚଳାଇବା ନେଇ ସଲମାନଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। କେବଳ ଏତିକି ନୁହେଁ ୨୬/୧୧ ହମଲାରେ ଟିପ୍ପଣୀ ଦେଇ ସଲମାନ୍ ବିବାଦ ଘେରକୁ ଆସିଥିଲେ। ଏକ ମାଛ ଧରାଳି ବି ସଲମାନଙ୍କ ବିରୋଧରେ ୨୦୧୧ ଓ ୨୦୧୨ରେ ବାନ୍ଦ୍ରା ଥାନାରେ ଅଭିଯୋଗ କରିଥିଲେ।
ସଲମାନ୍ ଏହି କିଛିଦିନ ହେବ ତାଙ୍କ ଆଗାମୀ ସିନେମା ‘ଭାରତ’ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ହଲିଉଡ୍ରେ ଧୁମ୍ ମଚାଇ ଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏହି ସିନେମା ଜରିଆରେ ବଲିଉଡ୍ରେ କମବ୍ୟାକ୍ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସଲମାନ୍ ଖାନ୍ ଓ ପ୍ରିୟଙ୍କା ‘ମୁଝସେ ସାଦି କରୋଗି’, ‘ସଲାମ୍-ଏ-ଇସ୍କ’ ଓ ‘ଗଡ଼ ତୁସି ଗ୍ରେଟ ହୋ’ରେ ଏକାଠି କାମ କରିଥିଲେ। ୧୦ବର୍ଷ ପରେ ଦୁହେଁ ପୁଣିଥରେ ବଡ଼ ପରଦାରେ ଏକାଠି ନଜର ଆସିବେ। ଏହା ଆଗାମୀ ବର୍ଷ ଇଦରେ ରିଲିଜ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/download-1-11.jpg)