ସୋନାଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଟୁଇଟ୍‌ କରି ମାଗିଲେ କ୍ଷମା, ଏଭଳି ପ୍ରତିକ୍ରିୟା ରଖିଲେ ସୋନା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ନିଜର ମତ ରଖିଥିଲେ । ଯାହା ପରେ କଣ୍ଠଶିଳ୍ପୀ ସୋନା ମହାପାତ୍ର ସଲମାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସଲମାନଙ୍କୁ ନେଇ ବିବାଦୀୟ ବୟାନ ଦେବାରୁ ସଲମାନଙ୍କ ଜଣେ ପ୍ରଶଂସକ ତାଙ୍କୁ ହତ୍ୟା ଧମକ ଦେଇଥିବା ଗତକାଲି ସାମ୍ନାକୁ ଆସିଥିଲା । ଧମକ ଦେଇଥିବା ବ୍ୟବହାକାରୀଙ୍କ ସ୍କ୍ରିନ୍‌ସଟ୍‌ ନେଇ ସୋନା ମହାପାତ୍ର ଟୁଇଟର ସେୟାର କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା ।

ତେବେ ଖବର ପ୍ରସାର ହେବାର ଗୋଟେ ଦିନ ପରେ ଧମକ ଦେଇଥିବା ଯୁବକଜଣଙ୍କ ସୋନାଙ୍କୁ କ୍ଷମା ମାଗି ନେଇଥିବା ଜଣା ପଡ଼ିଛି । ଯାହାର ସୂଚନା ନିଜେ ସୋନା ଟୁଇଟର ଜରିଆରେ ଦେଇଛନ୍ତି । ଯୁବକଙ୍କ ଟୁଇଟ୍‌ ସେୟାର କରି, ଜୀବନରୁ ମାରିଦେବାର ଧମକ ପରେ ହଠାତ୍‌ ସୋନା ମ୍ୟାମ୍‌ । ଡ଼ରାଇବା ଏବଂ ଧମକାଇବାର ୨୪ଘଣ୍ଟା ପରେ ହଠାତ୍‌ ଏଭଳି ପରିବର୍ତ୍ତନ । ଲାଗୁଛି କି, ଧମକ ଦେଇଥିବା ଯୁବକକୁ ଭାରତର ଲୋକମାନେ ଭାରତରୁ ବାହାର କରିଦେବେ ବୋଲି ଭାବି ସେ ଏଭଳି କରିଛନ୍ତି । ପ୍ରିୟ ଭାଇମାନଙ୍କର ଧମକାଉଥିବା ଭାଇ, ଲେଖା ଯାଇଥିବା ଲେଖାକୁ ପଢ଼ନ୍ତୁ । ସମୟ ଶେଷ ହୋଇ ଯାଇଛି ବୋଲି ଲେଖିଥିଲେ ସୋନା ।

ସୂଚନା ମୁତାବକ କିଛି ଦିନ ତଳେ ସଲମାନ, “ଭାରତକୁ ଛାଡ଼ି ସେ ଆମେରିକାର ନିକ୍‌ଙ୍କୁ ବାଛିଲେ । ସେ ସାରା ଜୀବନ ଏଠାରେ ପରିଶ୍ରମ କଲେ । କିନ୍ତୁ ବଡ଼ ବଜେଟ ଫିଲ୍ମ ମିଳିବା ବେଳକୁ ସେ ଏହାକୁ ଛାଡ଼ି ବିବାହ କରିନେଲେ । କିଛି ଲୋକ ଫିଲ୍ମ ପାଇଁ ନିଜ ସ୍ୱାମୀଙ୍କୁ ଛାଡ଼ି ଦିଅନ୍ତି” ବୋଲି କହିଥିଲେ । ଯାହା ପରେ ସୋନା ମହାପାତ୍ର ସଲମାନଙ୍କୁ ନେଇ ବିବାଦୀୟ ଟୁଇଟ୍‌ କରିଥିଲେ ।

ସମ୍ବନ୍ଧିତ ଖବର