ମୁମ୍ବାଇ : ଜୁନ୍ ୫ରେ ରିଲିଜ୍ ହେବାକୁ ଯାଉଛି ଫିଲ୍ମ ଭାରତ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତା ସଲମାନ ଖାନ୍ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ । ରିଲିଜ୍ ପୂର୍ବରୁ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ କେତେ ରହିଛି ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ତେବେ ରିଲିଜ୍ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନାସିକ୍ରେ ରହୁଥିବା ସଲମାନଙ୍କ ଜଣେ ପ୍ରଶଂସକ ଫିଲ୍ମ ପାଇଁ ପୂରା ଥିଏଟର ବୁକ୍ କରି ନେଇଥିବା ଜଣା ପଡ଼ିଛି । ପୂର୍ବରୁ ଫିଲ୍ମ ସୁଲତାନ ପାଇଁ ସଲମାନଙ୍କ ଜଣେ ପ୍ରଶଂସକ ପୂରା ଥିଏଟର ବୁକ୍ କରି ଦେଇଥିଲେ । ଦ୍ୱିତୀୟ ଥର ପାଇଁ ପୁଣି ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ।
Latestly.comମିଳିଥିବା ସୂଚନା ମୁତାବକ, ଆଶିଷ ସିଙ୍ଘଲ ନାମକ ଜଣେ ଯୁବକ ପ୍ରଥମ ଦିନ ପ୍ରଥମ ସୋ’ ଦେଖିବା ପାଇଁ ନାଶିକର ପୂରା ଥିଏଟର ବୁକ୍ କରି ନେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Bharat-Salman-740x420.jpg)