ସୋନା ମହାପାତ୍ରଙ୍କୁ ମିଳିଲା ହତ୍ୟା ଧମକ : ସଲମାନଙ୍କ ବିରୋଧରେ ଆଉ ପଦେ କହିଲେ ଘର ଭିତରେ ପଶି ହତ୍ୟା କରିବି ବୋଲି କହିଲେ ପ୍ରଶଂସକ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ନିଜର ମତ ରଖିଥିଲେ । ଯାହା ପରେ କଣ୍ଠଶିଳ୍ପୀ ସୋନା ମହାପାତ୍ର ସଲମାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସଲମାନଙ୍କୁ ନେଇ ବିବାଦୀୟ ବୟାନ ଦେବାରୁ ସଲମାନଙ୍କ ଜଣେ ପ୍ରଶଂସକ ତାଙ୍କୁ ହତ୍ୟା ଧମକ ଦେଇଥିବା ଜଣା ପଡ଼ିଛି । ଧମକ ଦେଇଥିବା ବ୍ୟବହାକାରୀଙ୍କ ସ୍କ୍ରିନ୍‌ସଟ୍‌ ନେଇ ସୋନା ମହାପାତ୍ର ଟୁଇଟର ସେୟାର କରିବା ପରେ ଘଟଣାଟି ସାମ୍ନାକୁ ଆସିଛି ।

ସ୍କ୍ରିନ୍‌ସଟ୍‌ ସେୟାର କରି, “ଏଭଳି ମେସେଜ ମୋ ପାଖକୁ ସବୁବେଳେ ଆସୁଛି । ଏଭଳି ମେସେଜ ସେ ହିରୋଙ୍କ ଫଲଓ୍ଵର୍ସମାନଙ୍କ ତରଫରୁ ଆସୁଛି, ଯାହାର ବ୍ୟବହାର ବହୁତ ଖରାପ” ବୋଲି ଲେଖିଥିଲେ ସୋନା ।

jansatta.com

ସୂଚନା ମୁତାବକ କିଛି ଦିନ ତଳେ ସଲମାନ, “ଭାରତକୁ ଛାଡ଼ି ସେ ଆମେରିକାର ନିକ୍‌ଙ୍କୁ ବାଛିଲେ । ସେ ସାରା ଜୀବନ ଏଠାରେ ପରିଶ୍ରମ କଲେ । କିନ୍ତୁ ବଡ଼ ବଜେଟ ଫିଲ୍ମ ମିଳିବା ବେଳକୁ ସେ ଏହାକୁ ଛାଡ଼ି ବିବାହ କରିନେଲେ । କିଛି ଲୋକ ଫିଲ୍ମ ପାଇଁ ନିଜ ସ୍ୱାମୀଙ୍କୁ ଛାଡ଼ି ଦିଅନ୍ତି” ବୋଲି କହିଥିଲେ । ଯାହା ପରେ ସୋନା ମହାପାତ୍ର ସଲମାନଙ୍କୁ ନେଇ ବିବାଦୀୟ ଟୁଇଟ୍‌ କରିଥିଲେ ।

ସମ୍ବନ୍ଧିତ ଖବର