ମୁମ୍ବାଇ: ଏବେ ବଲିଉଡରେ ଅଭିନେତା ସଲମାନ ଖାନ ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଶତ୍ରୁତାକୁ ନେଇ ଚର୍ଚ୍ଚା ଚାଲିଛି।  କିଛି ଦିନ ତଳେ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଏହି ଆଲୋଚନା ଅଧିକ ତୀବ୍ର ହୋଇଛି। ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗ ସଲମାନ ଖାନଙ୍କ ଘର ଉପରେ କଡ଼ା ନଜର ରଖିଥିବା ବେଳେ ହତ୍ୟା କରିବା ନେଇ ବାରମ୍ବାର ଧମକ ଦେବାରେ ଲାଗିଛନ୍ତି। ଏସବୁ ମଧ୍ୟରେ ସଲମାନ ଖାନଙ୍କ ପିତା ସଲିମ ଖାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

Advertisment

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, "ସଲମାନ ନିଜ ପୋଷା କୁକୁରର ବହୁତ ଯତ୍ନ ନେଇଥିଲେ। ସେ ଚାଲିଯିବା ପରେ ବହୁତ କାନ୍ଦିଥିଲେ। ଯେତେବେଳେ ଏହି କଳା ହରିଣ ମାରିବା ନେଇ ବିବାଦ ଆରମ୍ଭ ହେଲା ମୁଁ ସଲମାନକୁ ଏବିଷୟରେ ପଚାରିଥିଲି। ସେ ମୋତେ ଏଭଳି କିଛି କରିନଥିବା କହିଥିଲା। ସଲମାନ ମୋତେ କେବେ ବି ମିଛ କହେ ନାହିଁ। ପଶୁ ହତ୍ୟା କରିବାର ସଉକ ମୋ ପୁଅର ନାହିଁ। ସେ ପଶୁକୁ ଭଲପାଏ। ଯଦି ସଲମାନ କ୍ଷମା ମାଗିଦେବ ତେବେ ଏହା ପ୍ରମାଣ ହୋଇଯିବ ଯେ, ସେ ହିଁ କଳା ହରିଣକୁ ହତ୍ୟା କରିଥିଲା। ହେଲେ ସେ ସେଭଳି କିଛି କରିନାହିଁ ଯଦି କାହିଁକି କ୍ଷମା ମାଗିବ।"

ସଲମାନଙ୍କ ପାଇଁ ତାଙ୍କ ଭଲ ବନ୍ଧୁଭାବେ ଜଣାଶୁଣା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିବା ନେଇ ଦାବି କରାଯାଉଥିବା ବେଳେ ଏହାକୁ ଅସ୍ବୀକାର କରିଛନ୍ତି ସଲିମ୍ । ସେ କହିଛନ୍ତି, ସିଦ୍ଦିକିଙ୍କ ହତ୍ୟା ସଳମାନଙ୍କ ପାଇଁ ହୋଇନାହିଁ। ମୋତେ ଏହା ଲାଗୁନାହିଁ।