‘ମୈନେ ପ୍ୟାର୍‌ କିୟା’ ନାୟିକା ଭାଗ୍ୟଶ୍ରୀଙ୍କ ପୁଅ ସଲମାନଙ୍କୁ ଦେଲେ ଏପରି ଉପହାର, ୩୦ ବର୍ଷ ପଛକୁ ଫେରିଗଲେ ସଲମାନ

ମୁମ୍ବାଇ:  ଡିସେମ୍ବର ୨୭ ବଲିଉଡ୍‌ର ସୁପର୍‌ଷ୍ଟାର୍ ସଲମାନ ଖାନଙ୍କ ଜନ୍ମ ତାରିଖ । ଆଜି ୫୩ ବର୍ଷ ପାର୍‌ କରି ୫୪ ବର୍ଷରେ ପାଦ ଦେଇଛନ୍ତି ଦବଙ୍ଗ ବୟ ସଲମାନ। ସଲମାନଙ୍କୁ ତାଙ୍କ ଜନ୍ମଦିନରେ ଅନେକ ଉପହାର ମିଳିଛି। ତେବେ ସେ ସମସ୍ତ ଉପହାରଗୁଡ଼ିକ ଭିତରୁ ଦୃଷ୍ଟି ଆକର୍ଷଣ କରିଛି ଏକ ଜ୍ୟାକେଟ୍‌। ଜ୍ୟାକେଟ୍‌ଟି ଉପହାର ଦେଇଛନ୍ତି ଅଶୀ ଦଶକର ସୁପରିଚିତା ନାୟିକା ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ଦେଶାଇ।

 

ଆପଣ ହୁଏତ ଜାଣିଥିବେ, ୧୯୮୯ ମସିହାର ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ମୈନେ ପ୍ୟାର୍‌ କିୟା’ରେ ଭାଗ୍ୟଶ୍ରୀ ସଲମାନଙ୍କ ବିପକ୍ଷରେ ନାୟିକା ସାଜିଥିଲେ। ସେ ସମୟରେ ଦର୍ଶକ ସଲମାନ ଓ ଭାଗ୍ୟଶ୍ରୀଙ୍କ ଯୋଡ଼ିକୁ ଖୁବ୍‌ ପସନ୍ଦ କରିଥିଲେ। ସେହି ଚଳଚ୍ଚିତ୍ରରୁ ହିଁ ସଲମାନଙ୍କୁ ପ୍ରଥମେ ମୁଖ୍ୟ ଚଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ସେହି ଚଳଚ୍ଚିତ୍ର ପରେ ସଲମାନଙ୍କ କ୍ୟାରିୟର୍‌ ଭିନ୍ନ ମୋଡ଼ ନେଇଥିଲା।

ସଲମାନ ସେହି ଚଳଚ୍ଚିତ୍ରରେ ଏକ ଜ୍ୟାକେଟ୍‌ ପିନ୍ଧିିଥିଲେ। ଭାଗ୍ୟଶ୍ରୀଙ୍କ ପୁଅ ସଲମାନଙ୍କୁ ଅବିକଳ ସେହିପରି ଏକ ଜ୍ୟାକେଟ୍‌ ଉପହାର ଆକାରରେ ଦେଇଛନ୍ତି। ଏହାକୁ ଦେଖିବା ମାତ୍ରେ ସଲମାନ ଆଶ୍ଚର୍ଯ୍ୟ ହୋଇପଡ଼ିବା ସହ ଟିକେ ଭାବପ୍ରବଣ ବି ହୋଇ ପଡ଼ିଥିଲେ। କିଛି ସମୟ ଧରି ଅଭିମନ୍ୟୁଙ୍କ ସହ ଗପିବା ଆରମ୍ଭ କରିଥିଲେ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ‘ମର୍ଦ୍ଦକୋ ଦର୍ଦ୍ଦ ନେହି ହୋତା’ ଚଳଚ୍ଚିତ୍ର ଜରିଆରୁ ନିଜର ଅଭିନୟ ଜୀବନ ଆରମ୍ଭ କରି ସାରିଛନ୍ତି।

ସମ୍ବନ୍ଧିତ ଖବର