ସମସ୍ତଙ୍କ ସାମ୍ନା‌ରେ ସଲ୍‌ମାନଙ୍କୁ ବାହା ହେବାକୁ ପ୍ରସ୍ତାବ ଦେଲେ ହଲିଉଡ୍ ରିପୋର୍ଟର୍‌, ଭାଇଜାନ୍‌ କହିଲେ…

ନୂଆଦିଲ୍ଲୀ: ସଲମାନ ଖାନ ହେଉଛନ୍ତି ବଲିଉଡର ସବୁଠାରୁ ଲୋକପ୍ରିୟ ବ୍ୟାଚେଲର। ତାହାର ଅର୍ଥ ଏହା ନୁହେଁ ଯେ କେହି ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇନାହାନ୍ତି। ଭାଇଜାନ ନିଜେ ବିବାହ ଠାରୁ ନିଜକୁ ଦୂରେଇ ରଖିଛନ୍ତି। ନିକଟରେ ୫୭ ବର୍ଷୀୟ ଅଭିନେତାଙ୍କୁ ଆଇଆଇଏଫ୍‌ଏ-୨୦୨୩ରେ ଦେଖିବାକୁ ମିଳିଥିଲା। ସେଠାରେ ତାଙ୍କୁ ଜଣେ ବିଦେଶିନୀ ବିବାହ ପ୍ରସ୍ତାବ ଦେଇଥିବା ଦେଖିବାକୁ ମିଳିଛି। ସେଠାକାର ଜଣେ ମହିଳା ରିପୋର୍ଟର ତାଙ୍କୁ ସିଧାସଳଖ  ବିବାହ ପ୍ରସ୍ତାବ ଦେଇଥିବା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି।

ରିପୋର୍ଟରଙ୍କ ପ୍ରସ୍ତାବ ପରେ ଅଭିନେତା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ରିପୋର୍ଟରଙ୍କ ପ୍ରଶ୍ନରେ ସଲ୍‌ମାନ ଯାହା ଉତ୍ତର ଦେଇଛନ୍ତି ସେ ସମୟର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ତେବେ ରିପୋର୍ଟର ଯେତେବେଳେ ସଲ୍‌ମାନଙ୍କୁ ଭଲପାଆନ୍ତି ବୋଲି କହିଛନ୍ତି ତ ସଲ୍‌ମାନ ତାଙ୍କୁ ଥଟ୍ଟା କରି ତୁମେ ଶାହାରୁଖ୍‌ ଖାନ୍‌ଙ୍କ ବିଷୟରେ କହୁଛ ବୋଲି କହିଥିଲେ। ତା’ପରେ ରିପୋର୍ଟର ଜଣକ ନା ନା ମୁଁ ସଲ୍‌ମାନ ଖାନ୍‌ଙ୍କ ବିଷୟରେ କହୁଛି ବୋଲି ଜବାବ ଦେଇଥିଲେ।

 

 

View this post on Instagram

 

A post shared by Viral Bhayani (@viralbhayani)

ସଲମାନ ଖାନ ଆଜିକାଲି ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ ପୁରସ୍କାରର ୨୨ ତମ ସଂସ୍କରଣ ପାଇଁ ଆବୁଧାବିରେ ଅଛନ୍ତି, ଯାହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ସମୟରେ ଫଟୋଗ୍ରାଫର୍‌ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ହଲିଉଡର ଜଣେ ସାମ୍ବାଦିକ ସଲମାନ ଖାନଙ୍କୁ ବିବାହ ପ୍ରସ୍ତାବ ଦେଉଥିବାର ନଜର ଆସିଛନ୍ତି।

ସମ୍ବନ୍ଧିତ ଖବର