ରାନୁ ମଣ୍ଡଳଙ୍କୁ ସଲମାନ୍‌ ଦେଲେ ୫୫ଲକ୍ଷ ଟଙ୍କାର ଘର! ଅକ୍ଷୟ କୁମାର ଦେଲେ ଏହି ସୁଯୋଗ

ମୁମ୍ବାଇ: ସୋସିଆଲ୍‌ ମିଡିଆ ଜରିଆରେ ରାତାରାତି କିଭଳି ଜଣେ ସାଧାରଣ ଲୋକର ଭାଗ୍ୟ ଚମକିଯାଇଥାଏ, ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଇ ଭିକ୍ଷାବୃତ୍ତି କରି ନିଜର ଜୀବିକା ନିର୍ବାହ କରୁଥିବା ରାନୁ ମଣ୍ଡଳ। ତେବେ ରାନୁ ଏବେ ନିଜର ସୁମଧୁର ସ୍ୱର ଲାଗି ଇଣ୍ଟରନେଟ୍‌ ଉପଭୋକ୍ତାଙ୍କର ଫ୍ୟାନ୍‌ ବନିଯାଇଛନ୍ତି । ରାନୁ ମଣ୍ଡଳ ନା ଯେ କେବଳ ସୋସିଆଲ୍‌ ମିଡିଆର ଷ୍ଟାର୍‌ ବନିଛନ୍ତି ତାହା ନୁହେଁ , ବରଂ ସେ ତାଙ୍କ ଗୀତ ପାଇଁ ବଲିଉଡ୍‌ ତାରକାମାନଙ୍କ ପାଖରେ ପରିଚିତ ହୋଇସାରିଛନ୍ତି। ସୋଶାଲ୍‌ ମିଡିଆରେ ତାଙ୍କର ଗୀତ ଭାଇରାଲ୍‌ ହେବା ପରଠୁ ସେ ପାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ସଫଳତା।

ପ୍ରଥମେ ବଲିଉଡ୍‌ ସଂଗୀତକାର ହିମେଶ୍‌ ରେଶାମିୟା ନିଜର ଆଗାମୀ ଫିଲ୍ମ ‘ହାପି ହାର୍ଡି ଏଣ୍ଡ୍‌ ହୀର୍‌’ରେ ‘ତେରି ମେରି କାହାନି’ ଗୀତରେ ରାନୁଙ୍କୁ କଣ୍ଠଦାନ କରିବାର ସୁଯୋଗ ଦେଇଥିଲେ। ଏଥିପାଇଁ ହିମେଶ ତାଙ୍କୁ ୭ ଲକ୍ଷ ଟଙ୍କା ପାରିଶ୍ରମିକ ଦେଇଥିବା ଶୁଣିବାକୁ ମିଳିଛି। ଆଉ ଏବେ ସଲମାନ୍‌ ଖାନ୍‌ଙ୍କ ଫିଲ୍ମ ‘ଦବଙ୍ଗ-୩’ରେ ରାନୁଙ୍କୁ ଗୀତ ଗାଇବାର ଅଫର୍‌ ମିଳିଥିବା ନେଇ ଚର୍ଚ୍ଚା ହେଉଛି। କେବଳ ଏତିକି ନୁହେଁ, ରାନୁଙ୍କୁ ସଲମାନ୍‌ ମୁମ୍ବାଇରେ ୫୫ ଲକ୍ଷ ଟଙ୍କାର ଗୋଟେ ଫ୍ଲାଟ୍‌ ଉପହାର ଦେଇଛନ୍ତି ବୋଲି ସୋଶାଲ୍‌ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ସେହିଭଳି ଅକ୍ଷୟ କୁମାର ମଧ୍ୟ ରାନୁଙ୍କୁ ତାଙ୍କ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେବେ ବୋଲି ଆଉ ଏକ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର