ମୁମ୍ବାଇ: ସ୍ୱାଧୀନତା ଦିବସକୁ ଆଖି ଆଗରେ ରଖି ବଲିଉଡ୍ର ଦବଙ୍ଗ ବୟ ସଲମାନ ଖାନ ନିଜ ପ୍ରଶଂସକମାନଙ୍କୁ ଏକ ଦେଶ ହିତକର ପରାମର୍ଶ ଦେଇଛନ୍ତି, ଯାହାର ମର୍ମ ହେଉଛି ‘ନିଜ ମାତୃଭୂମିକୁ ଅସୁବିଧାରେ ପକାଅ ନାହିଁ’।
Sambad is now on WhatsApp
Join and get latest news updates delivered to you via WhatsApp
ଦବଙ୍ଗ ବୟ ଏହି ବାର୍ତ୍ତା ନିଜର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ ଜରିଆରେ ଦେଇଛନ୍ତି। ବାର୍ତ୍ତାଟି ‘ସ୍ୱଚ୍ଛ ଭାରତ ମିସନ୍’କୁ ନେଇ। ସଲମାନ ଇନ୍ଷ୍ଟାରେ ନିଜର ଏକ ଫଟୋ ସେୟାର କରି ଲେଖିଛନ୍ତି ‘ସ୍ୱଚ୍ଛ ଭାରତ ହେଲେ ଆମେ ଫିଟ୍..ଆମେ ଫିଟ୍ ତ ଇଣ୍ଡିଆ ଫିଟ୍..ତା’ପରେ ତୁମେ ଚାହୁଁଥିବା ସବୁ କାର୍ଯ୍ୟ ତୁମେ କରିପାର..ହେଲେ ନିଜ ମାତୃଭୂମିକୁ କେବେ ଅସୁବିଧାରେ ପକାଅ ନାହିଁ।’
ଫଟୋଟିରେ ସଲମାନ ଏକ କଳା ରଂଗର ଗଞ୍ଜି ପିନ୍ଧି ସ୍ପୋର୍ସ ଲୁକ୍ରେ ନଜର ଆସିଛନ୍ତି। ସପ୍ତା ଶେଷରେ ସଲମାନ ତାଙ୍କ ପ୍ରଶଂସକମାନଙ୍କୁ ଏକ ଓ୍ଵାର୍କଆଉଟ୍ ସମୟର ଭିଡିଓ ଇନ୍ଷ୍ଟା ଜରିଆରେ ଭେଟି ଦେଇଥିଲେ।
ଗତ କିଛି ଦିନ ହେବ ସୋସିଆଲ୍ ମିଡିଆରେ ଫିଟ୍ନେସ୍ ଚ୍ୟାଲେଞ୍ଜ୍ ଟ୍ରେଣ୍ଡିଂ ହେବାରେ ଲାଗିଛି। ନିକଟ ଅତୀତରେ କ୍ରୀଡ଼ା ମନ୍ତ୍ରୀ ରାଜବର୍ଦ୍ଧନ ସିଂହ ରାଥୋଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରସିଦ୍ଧ ବ୍ୟକ୍ତିତ୍ୱ ଯଥା; ବିରାଟ କୋହଲି, ଅନୁଷ୍କା ଶର୍ମା, ଦୀପିକା ପାାଦୁକୋନ, ହ୍ରିତିକ୍ ରୋସନ, ସାଇନା ନେହେଓ୍ଵାଲ୍ ଓ ପି ଭି ସିନ୍ଧୁ ଆଦି ଫିଟ୍ନେସ୍ ଚ୍ୟାଲେଞ୍ଜ୍ ଟ୍ରେଣ୍ଡିଂରେ ରହିଛନ୍ତି।