ମୁମ୍ବାଇ : ଅନେକ ସମୟରେ ବଲିଉଡ୍ ଅଭିନେତା ସଲମାନ ଖାନ୍ଙ୍କ ବିବାହକୁ ନେଇ ଚର୍ଚ୍ଚା ହୋଇ ଆସିଛି । ତାଙ୍କ ପ୍ରଶଂସକମାନେ ମଧ୍ୟ ଅପେକ୍ଷା କରି କରି ଏବେ ବିବାହ କରିବା ପାଇଁ କହିବା ମଧ୍ୟ ଛାଡ଼ି ସାରିଲେଣି । କିନ୍ତୁ ସଲମାନ ନିଜର ଆଶ୍ଚର୍ଯ୍ୟଜନକ ବୟାନ ଦେବା ଛାଡ଼ି ନାହାନ୍ତି । ଅନେକ ସମୟରେ ତାଙ୍କୁ ବିବାହ କରିବା କଥା ପଚରା ଗଲେ ସେ ବିଭିନ୍ନ ପ୍ରକାରର କାରଣ ଦର୍ଶାଇ ଥାନ୍ତି । ପୂର୍ବରୁ ବିବାହ ନ କରି ବାପା ହେବାକୁ ଚାହାଁନ୍ତି ବୋଲି ଜଣା ପଡ଼ିଥିବା ବେଳେ ଏବେ ସନ୍ତାନ ଚାହେଁ, କିନ୍ତୁ ସନ୍ତାନ ସହ ତା’ର ମା’ ଚାହେଁ ନାହିଁ ବୋଲି କହିଛନ୍ତି ସଲମାନ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ତାଙ୍କ କହିବା ଅନୁଯାୟୀ, ମୋତେ ସନ୍ତାନ ଦରକାର । ସନ୍ତାନ ମା’ ସହିତ ଆସିଥାନ୍ତି । କିନ୍ତୁ ମୋତେ ମା’ ଦରକାର ନାହିଁ । କାରଣ ଗୋଟେ ପିଲାକୁ ସମ୍ଭାଳିବା ପାଇଁ ମୋ ପାଖରେ ଅନେକ ଲୋକ ଅଛନ୍ତି ବୋଲି କହିଛନ୍ତି ସଲମାନ । ତାଙ୍କର ଏଭଳି ବୟାନରୁ ସେ ବିବାହ କରିବା ମୁଡ୍ରେ ନଥିବା ସ୍ପଷ୍ଟ ଜଣା ପଡ଼ିଛି ।