ସଲମାନଙ୍କ ନାୟିକାଙ୍କୁ ଆର୍ଥିକ ସହାୟତା ଦେଲେ ରବି କିଷନ୍‌

ମୁମ୍ବାଇ : ପୁଣି ଥରେ ନିଜ ମହାନତାକୁ ପ୍ରମାଣିତ କରିଛନ୍ତି ଭୋଜପୁରୀ ଅଭିନେତା ରବି କିଷନ୍‌ । ଟ୍ୟୁବରକୁଲୋସିସ୍‌ ରୋଗରେ ପୀଡ଼ିତ ଥିବା ଫିଲ୍ମ ‘ବୀରଗତି’ର ନାୟିକା ପୂଜା ଡ଼ଡ଼୍‍ଓ୍ଵାଲଙ୍କୁ ସେ ଆର୍ଥିକ ସହାୟତା ଦେଇଥିବା ଜଣା ପଡ଼ିଛି । ହାଇଦ୍ରାବାଦ୍‌ରେ ନିଜ ଫିଲ୍ମ ସୁଟିଂରେ ବ୍ୟସ୍ତ ଥାଇ ମଧ୍ୟ ସେ ପୂଜା ଚିକିତ୍ସିତ ହେଉଥିବା ଡ଼ାକ୍ତରଖାନାକୁ ଫଳ ଏବଂ କିଛି ଟଙ୍କା ପଠାଇଥିବା ଜଣା ପଡ଼ିଛି । ପୂଜା ନିଜ ଚିକିତ୍ସା ପାଇଁ ଅର୍ଥାଭାବ ହେତୁ ସଲମାନଙ୍କୁ ଆର୍ଥିକ ସହାୟତା ମାଗିଥିଲେ ମଧ୍ୟ ସଲମାନ ଏ ନେଇ କିଛି ସାହାଯ୍ୟ କରି ନଥିବା ଜଣା ପଡ଼ିଛି ।

India Today

ସୂଚନା ମୁତାବକ, କିଛି ଦିନ ତଳେ ପୂଜା ନିଜ ରୋଗ ବିଷୟରେ କହିବା ସହ ସଲମାନଙ୍କୁ ଚିକିତ୍ସା ପାଇଁ ସାହାଯ୍ୟ ମାଗିଥିଲେ । ମୁଁ ୬ମାସ ପୂର୍ବରୁ ଟିବି ରୋଗରେ ପୀଡ଼ିତ ବୋଲି ଜାଣିଲି । ଏହି ରୋଗର ଚିକିତ୍ସା ପାଇଁ ମୋ ପାଖେ ଅର୍ଥ ନଥିବାରୁ ମୁଁ ସଲମାନଙ୍କୁ ଯୋଗାଯୋଗ କରି ଆର୍ଥିକ ସହାୟତା ମାଗିଥିଲି । କିନ୍ତୁ ଏ ପର୍ଯ୍ୟନ୍ତ ସଲମାନ ଏ ନେଇ କୌଣସି ସହାୟତା ମୋତେ କରି ନାହାନ୍ତି ବୋଲି ପୂଜା ଜଣାଇଥିଲେ । ଏହା ସହ ତାଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ ମଧ୍ୟ କରିଥିଲେ । ପୂଜାଙ୍କୁ ସହାୟତା ଦରକାର ବୋଲି ଜାଣିବା ପରେ ତାଙ୍କ ସହ ଫିଲ୍ମ ‘ତୁମ୍‌ସେ ପ୍ୟାର୍‌ ହୋ ଗୟା’ରେ କାମ କରିଥିବା ରବି କିଷନ୍‌ ତୁରନ୍ତ ସାହାଯ୍ୟର ହାତ ବଢ଼ାଇଛନ୍ତି । ପୂଜା ଚିକିତ୍ସିତ ହେଉଥିବା ସେଓ୍ଵରୀର ଟିବି ଡ଼ାକ୍ତରଖାନାକୁ ସେ କିଛି ଅର୍ଥ ଏବଂ ଫଳ ପଠାଇଛନ୍ତି ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର