ମୁମ୍ବାଇ: ସ୍ୱାଧୀନତା ଦିବସ ଅବସରରେ ମୁକ୍ତିଲାଭ କରିଥିବା 'ଗଦର ୨' ଏବଂ 'ଓ ମାଇଁ ଗଡ୍‌ ୨'  ବଲିଉଡ୍‌ ପାଇଁ ୨ଟି ହିଟ୍‌ ଫିଲ୍ମ ସାବ୍ୟସ୍ତ ହୋଇପ‌ାରିଛି। ସନି ଦେଓଲଙ୍କ ଅଭିନୀତ 'ଗଦର ୨' ପ୍ରେକ୍ଷାଳରେ ହଇଚଇ ସୃଷ୍ଟି କରିଥିବା ବେଳେ ‘ଓଏମ୍‌ଜି ୨’ ମଧ୍ୟ ଖୁବ୍ ଭଲ ପ୍ରଦର୍ଶନ କରୁଛି। ତେବେ ଆପଣ ଜାଣନ୍ତି କି ବକ୍ସ ଅଫିସ୍‌ରୁ ସବୁଠାରୁ ଅଧିକ ୧୦୦ କୋଟିର ସିନେମା କିଏ ଦେଇଛନ୍ତି?

Advertisment

ସେ ଶାହରୁଖ୍‌ ଖାନ୍‌, ଆମୀର ଖାନ୍‌ କିମ୍ବା ଅକ୍ଷୟ କୁମାର ବି ନୁହଁନ୍ତି। ସେ ହେଉଛନ୍ତି ଦବଙ୍ଗବୟ ସଲ୍‌ମାନ। ଏହି ଅଭିନେତା ସିନେ ଇଣ୍ଡଷ୍ଟ୍ରିକୁ ସବୁଠାରୁ ଅଧିକ ୧୦୦ କୋଟିର ଫିଲ୍ମ ଦେବାରେ ସମର୍ଥ ହୋଇ ପାରିଛନ୍ତି।

ଆଜ୍ଞା ହଁ, ସେ ହେଉଛନ୍ତି ବଲିଉଡ୍‌ରେ ସେହି ଏଟିଏମ୍‌ ମେସିନ୍‌; ଯିଏକି ସର୍ବାଧିକ ହିଟ୍‌ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି।  ହ୍ରିତିକ ରୋଶନ, ଅଜୟ ଦେବଗନ, ଅକ୍ଷୟ କୁମାର, ଆମୀର ଖାନ, ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ପରି ଅନେକ ବଲିଉଡ ତାରକା ଅଛନ୍ତି ଯେଉଁମାନେ ବକ୍ସ ଅଫିସକୁ ଅନେକ ଥର ୧୦୦ କୋଟିର ଫିଲ୍ମ ଦେଇଛନ୍ତି। ମାତ୍ର ସଲ୍‌ମାନ ଗତ ୧୩ ବର୍ଷ ଭିତରେ କରିଥିବା ସମସ୍ତ ଫିଲ୍ମ ୧୦୦ କୋଟିର ବେପାର କରିଛି।

ସଲ୍‌ମାନ୍‌ଙ୍କ ପରେ ଦ୍ବିତୀୟରେ ଅଛନ୍ତି ଅକ୍ଷୟ କୁମାର। ତାଙ୍କ ପରେ ଅଛନ୍ତି ଅଜୟ ଦେବଗନ୍‌। ଗତ ୧୩ ବର୍ଷ ମଧ୍ୟରେ ଅକ୍ଷୟଙ୍କର ୧୫ଟି ଫିଲ୍ମ ୧୦୦ କୋଟି ଟଙ୍କାର ବେପାର କରିଥିବା ବେଳେ ଅଜୟଙ୍କର ୧୨ଟି ଫିଲ୍ମ ୧୦୦ କୋଟିର ବ୍ୟବସାୟ କରିଛି। ତାହାପରେ ଶାହାରୁଖଙ୍କର ୮ଟି, ହ୍ରିତିକ ରୋଶନଙ୍କର ୬ଟି ଏବଂ ରଣବୀର ସିଂହଙ୍କର ୫ଟି ଫିଲ୍ମ ଏହି ତାଲିକାରେ ରହିିଛି।