ଆଇପିଏଲ୍‌ ଫାଇନାଲ୍‌ରେ ଠୁମକା ଲଗାଇବେ  ଜ୍ୟାକ୍‌ଲିନ୍‌ଙ୍କ ସହ ସଲମାନ୍‌

ମୁମ୍ବାଇ: ଭାରତରେ ବର୍ତ୍ତମାନ ଆଇପିଏଲ୍‌ କ୍ରିକେଟର ଋତୁ ଚାଲିଛି। ପ୍ରତିଦିନ ସନ୍ଧ୍ୟା ହେବା ମାତ୍ରେ  କ୍ରିକେଟ ଖେଳ ପଡ଼ିଆରେ ବା ଟେଲିଭିଜନ୍‌ ସମ୍ମୁଖରେ ଆଇପିଏଲ୍‌ର ନିଜର ମନପସନ୍ଦ ଟିମ୍‌କୁ ସମର୍ଥନ କରିବା ପାଇଁ ପ୍ରସ୍ତୁତ ହୋଇ ବସି ରହୁଛନ୍ତି । ତେବେ ଚଳିତ ବର୍ଷ ଆଇପିଏଲ୍‌ର ଉଦ୍‌ଘାଟନ ଉତ୍ସବଠାରୁ ଅଧିକ ରୋମାଞ୍ଚକର ହେବ ଏହାର ଫାଇନାଲ/ଉଦଯାପନ ଉତ୍ସବ । କାରଣ ବର୍ତ୍ତମାନ ଆଇପିଏଲ୍‌ର ଉଦ୍‌ଯାପନ  ଉତ୍ସବ ପାଖେଇ ଆସୁଥିବା ବେଳେ ଏଥିରେ ଧୁମ ମଚାଇବାକୁ ଯାଉଛନ୍ତି ବଲିଉଡ୍‌ର ଦବଙ୍ଗ ଆକ୍ଟର  ସଲମାନ୍‌ ଖାନ୍‌ ଏବଂ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡେଜ୍‌ ।

Pinkvilla

କ୍ରିକେଟ ପ୍ରେମୀ ଏବଂ ସଲ୍‌ମାନ୍‌ଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଚଳିତ ଆଇପିଏଲ୍‌ର ଫାଇନାଲ୍‌ରେ ସଲମାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରେସ୍‌-୩’କୁ ପ୍ରମୋସନ୍‌  କରିବା ସହ ଜାକ୍‌ଲିନ୍‌ଙ୍କ ସହିତ ଏହି ଚଳଚ୍ଚିତ୍ରର ଏକ ଗୀତରେ ନୃତ୍ୟ ପରିବେଷଣ କରିବେ । ଏହି ଉଦଯାପନ ଉତ୍ସବଟି ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମ୍‌ରେ ଆୟୋଜିତ ହେବା ପାଇଁ ଯାଉଛି। ଫାଇନାଲ୍‌ ଦିନ ଦୁଇଟି ଉତ୍ସବ ହେବାକୁ ଯାଉଥିବା ବେଳେ ଏଥି ମଧ୍ୟରୁ ଗୋଟିଏକୁ ରଣବୀର କପୁର ଉପସ୍ଥାପନ କରିବାର ସୂଚନା ରହିଛି।

ଉତ୍ସବରେ ବଲିଉଡ୍‌  କଳାକାରମାନଙ୍କ ମଧ୍ୟରେ କରୀନା କପୁର ଏବଂ ସୋନମ କପୁରଙ୍କୁ ମଧ୍ୟ ଦେଖିବାକୁ  ମିଳିବ । ତେବେ ଏଥିରେ କୌଣସି ପ୍ରକାରର ସନ୍ଦେହ ରହିନାହିଁ କି ଆଇପିଏଲ୍‌ର ଏହି ଉଦ୍‌ଘାଟନ ଉତ୍ସବ ଠାରୁ ଉଦ୍‌ଯାପନ ସମାରୋହ ବହୁ ରୋମାଞ୍ଚକର  ରହିବ ।

ସମ୍ବନ୍ଧିତ ଖବର