ମୁମ୍ବାଇ: ସଲମାନ ଖାନ ଏବଂ କଟ୍ରିନା କୈଫ ବଲିଉଡର ସବୁଠାରୁ ଲୋକପ୍ରିୟ ଅନସ୍କ୍ରିନ ଯୋଡି ମଧ୍ୟରୁ ଅନ୍ୟତମ । ଉଭୟଙ୍କୁ ଶେଷ ଥର ପାଇଁ 'ଟାଇଗର-୩'ରେ ଦେଖିବାକୁ ମିଳିଥିଲା। ଫ୍ରାଞ୍ଚାଇଜର ପ୍ରଥମ ଚଳଚ୍ଚିତ୍ର ୨୦୧୨ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ କବୀର ଖାନଙ୍କୁ ପ୍ରାୟ ଦୁଇ ବର୍ଷ ସମୟ ଲାଗିଥିଲା। 'ଏକ ଥା ଟାଇଗର' ୱାଇଆରଏଫ ସ୍ପାଏ ୟୁନିଭର୍ସର ପ୍ରଥମ ଚଳଚ୍ଚିତ୍ର ଥିଲା। ଫିଲ୍ମରେ ଅବିନାଶ ସିଂ ରାଠୋରଙ୍କ ଚରିତ୍ରରେ ନଜର ଆସି ସଲମାନ ଖାନ କରିଥିବା ଅଭିନୟକୁ ବହୁତ ଭଲ ପାଇବା ମିଳିଥିଲା। ଏହା ସହ ଜୋୟା ଭାବରେ ଅଭିନୟ କରି କଟ୍ରିନା କୈଫ ମଧ୍ୟ ସମସ୍ତଙ୍କ ପ୍ରଶଂସା ସାଉଁଟିଥିଲେ।
ଫିଲ୍ମଟି ସୁପରହିଟ୍ ହୋଇଥିଲେ ବି ପ୍ରଥମ ଏହି ଫିଲ୍ମ କରିବାକୁ କଟ୍ରିନା ରାଜି ନଥିବା ଜଣାପଡ଼ିଛି। ନିର୍ଦ୍ଦେଶକ କବୀର ଖାନ୍ ଜଣାଇଛନ୍ତି ଯେ, ପ୍ରଥମେ ଜୋୟା ଚରିତ୍ର ପାଇଁ ଆମେ କଟ୍ରିନାଙ୍କୁ ଫାଇନାଲ କରିଥିଲୁ। ସେତେବେଳେ ହିରୋ କିଏ ହେବ ବୋଲି ଠିକ୍ ହୋଇନଥିଲା। ଶେଷରେ ଆମେ ସଲମାନଙ୍କୁ ଫିଲ୍ମର ଅଫର ଦେଲୁ। ଏବିଷୟରେ ଜାଣିବା ପରେ କଟ୍ରିନା, ସଲମାନଙ୍କ ସହ କାମ କରିବାକୁ ଅସହଜ ମନେ କରୁଥିବା କହିଥିଲେ। ୨୦୧୦ରେ ତାଙ୍କର ବ୍ରେକ୍ଅପ ହେବା ପରେ ଦୁହିଁଙ୍କୁ ଫିଲ୍ମର ଅଫର ମିଳିଥିଲା। ଦୁହେଁ ଫିଲ୍ମର ଅଫର ଗ୍ରହଣ କରିଥିଲେ ବି ସୁଟିଂ ସେଟରେ ଦୁହିଁଙ୍କର ଅନେକ ଝଗଡ଼ା ହୋଇଥିଲା। ହେଲେ ପରେ ଦୁହେଁ ଭଲ ବନ୍ଧୁ ହୋଇଯାଇଥିଲେ।