ମୁମ୍ବାଇ : ରିଲିଜ୍ ପୂର୍ବରୁ ଅଡ଼ୁଆରେ ସଲମାନଙ୍କ ଫିଲ୍ମ ଭାରତ । ଫିଲ୍ମଟି ଜୁନ୍ ୫ରେ ରିଲିଜ୍ ହେବାକୁ ଥିବା ବେଳେ ଏବେ ଟାଇଟଲକୁ ନେଇ ବିବାଦ ଆରମ୍ଭ ହୋଇଛି । ଦିଲ୍ଲୀ ହାଇକୋର୍ଟରେ ଫିଲ୍ମର ନାଁକୁ ନେଇ ଜନସ୍ୱାର୍ଥ ମାମଲା ଦାଖଲ କରାଯାଇଥିବା ଜଣା ପଡ଼ିଛି ।
/sambad/media/post_attachments/wp-content/uploads/2019/05/Salman-khan-Bharat-300x175.jpg)
ଜନସ୍ୱାର୍ଥ ମାମଲା ଦାଖଲକାରୀଙ୍କ କହିବା ଅନୁଯାୟୀ, ଫିଲ୍ମର ନାଁ ‘ଭାରତ’ ରଖାଯିବାରୁ ଲୋକମାନଙ୍କ ଭାବନା ଆହାତ ହେଉଛି, ସେଥିପାଇଁ ଫିଲ୍ମର ନାଁ ତୁରନ୍ତ ବଦଳାଇ ଦିଆଯାଉ । ଫିଲ୍ମର ନାଁ ‘ଭାରତ’ ରଖି ନିର୍ମାତା ଧାରା ୩ ପ୍ରତୀକ ଏବଂ ନାଁର ଅଧିନିୟମର ଉଲ୍ଲଂଘନ କରିଛନ୍ତି । ଏହି ଅଧିନିୟମ ଅନୁଯାୟୀ, ଭାରତ ଶୀର୍ଷକ କୌଣସି ପେସାଦାର ବା ବ୍ୟାବସାୟିକ ଉଦ୍ଦେଶ୍ୟରେ ଉପଯୋଗ କରାଯାଇ ପାରିବ ନାହିଁ । ଏହା ସହ ଫିଲ୍ମର ଏକ ଡାଏଲଗ୍ରେ ସଲମାନ ନିଜ ନାଁକୁ ଦେଶ ସହ ତୁଳନା କରୁଛନ୍ତି, ଯାହାକୁ ରିଲିଜ୍ ପୂର୍ବରୁ ହଟାଯିବା ଆବଶ୍ୟକ ବୋଲି ଦାବି କରିଛନ୍ତି ଦାଖଲକାରୀ ।