ଫାର୍ମହାଉସରେ ଥିଲା ହତ୍ୟା ଯୋଜନା, ଦେଢ଼ ମାସ ସଲମାନଙ୍କ ପିଛା କରିଥିଲେ ବିଷ୍ଣୋଇ ଗ୍ୟାଙ୍ଗ !

ମୁମ୍ବାଇ: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ସହ ଜଡ଼ିତ ସୁଟର କପିଲ ପଣ୍ଡିତ ଗିରଫ ହେବା ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ହୋଇଥିବା ଷଡ଼ଯନ୍ତ୍ର ବିଷୟରେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ପଞ୍ଜାବ ପୁଲିସ ପଚରାଉଚରା ସମୟରେ ପାଇଥିବା ତଥ୍ୟ ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିବା ବେଳେ ସଲମାନଙ୍କୁ ତାଙ୍କ ଘରେ ନୁହେଁ ବରଂ ତାଙ୍କ ଫାର୍ମହାଉସରେ ହତ୍ୟା କରିବା ପାଇଁ ଯୋଜନା କରାଯାଇଥିବା ଜଣାପଡ଼ିଛି।

ପଞ୍ଜାବ ପୁଲିସ ମୁତାବକ, ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ହୋଇଥିବା ଷଡଯନ୍ତ୍ରରେ କପିଲ ସାମିଲ ଥିବା ପୁଲିସ ଆଗରେ କହିଛି। ପୁଲିସର ପଚରାଉଚରା ବେଳେ କପିଲ ପଣ୍ଡିତ କହିଥିଲେ ଯେ ସଲମାନଙ୍କୁ ହତ୍ୟା କରିବା ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ଦେଇଥିଲେ। ସଲମାନଙ୍କୁ ତାଙ୍କ ଫାର୍ମହାଉସରେ ହତ୍ୟା କରିବା ପ‌ାଇଁ ଯୋଜନା କରାଯାଇଥିଲା। ଏଥିପାଇଁ ତାଙ୍କ ଗିତିବିଧି ଉପରେ ନଜର ରଖିବା ପାଇଁ ମୁମ୍ବାଇର ପନଭେଲରେ ଘର ଭଡ଼ାରେ ନେଇ ରହୁଥିଲେ କପିଲ ପଣ୍ଡିତ, ସନ୍ତୋଷ ଯାଦବ, ଦୀପକ ମୁଣ୍ଡି ଏବଂ ଅନ୍ୟ ଦୁଇଜଣ ସୁଟର। ପ୍ରାୟ ଦେଢ଼ମାସ ପନଭେଲରେ ଭଡା ଘରେ ରହିବା ପରେ ସଲମାନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏଥିପାଇଁ ସୁଟର ସଲମାନଙ୍କ ଫାର୍ମହାଉସର ସୁରକ୍ଷା କର୍ମୀଙ୍କ ସହ ମଧ୍ୟ ବନ୍ଧୁତା କରିଥି‌ଲେ। ହେଲେ ଦୁଇ ଥର ଚେଷ୍ଟା କରି ମଧ୍ୟ ସେମାନେ ସଲମାନଙ୍କୁ ହତ୍ୟା କରିପାରିନଥିଲେ।

ସମ୍ବନ୍ଧିତ ଖବର