ମୁମ୍ବାଇ : ଅଭିନେତ୍ରୀ ଏଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଚେହେରା ସହ ମେଳ ଖାଉଥିବା ଅଭିନେତ୍ରୀ ସ୍ନେହା ଉଲ୍ଲାଲ ଏବେ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସଲମାନଙ୍କ ସହ ସେ ବଲିଉଡ୍ରେ ଡେବ୍ୟୁ କରିଥିଲେ ମଧ୍ୟ ନିଜ କ୍ୟାରିୟର ଗଢ଼ି ପାରି ନଥିଲେ । କିଛି ଦିନ ହେଲାଣି ସେ ଲାଇମ୍ ଲାଇଟ୍ରୁ ଦୂରରେ ରହିଥିବା ବେଳେ ଡ଼ାକ୍ତରଖାନାରେ ଭର୍ତ୍ତି ହେବା ଖବର ଏବେ ପୁଣି ତାଙ୍କୁ ଚର୍ଚ୍ଚାକୁ ଆଣିଛି । ଭୀଷଣ ଜ୍ୱର ପାଇଁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ନିଜର ଫଟୋ ସେୟାର କରି ପ୍ରଶଂସକଙ୍କୁ ଏହି ଖବର ଦେଇଛନ୍ତି ସ୍ନେହା ।
ଇନ୍ଷ୍ଟାରେ ଫଟୋ ସେୟାର କରି, ଜୀବନରେ ପ୍ରଥମ ଥର ପାଇଁ ମୁଁ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲିି । ମୋତେ ଭୀଷଣ ଜ୍ୱର ହୋଇଥିଲା । ଅନେକ ପ୍ରକାରର ଚିକିତ୍ସା କରାଇବା ସତ୍ତ୍ୱେ ମଧ୍ୟ ଭଲ ହେଉ ନଥିଲା । ଯାହା ପାଇଁ ମୋତେ ଡ଼ାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଲା । ଏବେ ମୋର ସ୍ୱାସ୍ଥ୍ୟବସ୍ଥା ଟିକେ ଭଲ ରହିଛି ଏବଂ ଖୁବ୍ ଶୀଘ୍ର ମୁଁ ଘରକୁ ଫେରିବି ବୋଲି ଆଶା କରୁଛି ବୋଲି ଲେଖିଥିଲେ ସ୍ନେହା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Sneha-Ullal-740x420.jpg)