ବିଗ୍‌ ବସ୍‌-୧୩ : ୪୦୦ କୋଟି ନୁହେଁ, ୧୫ ସପ୍ତାହକୁ ଏତିକି କୋଟି ଟଙ୍କା ପାରିଶ୍ରମିକ ନେଉଛନ୍ତି ସଲମାନ୍‌

ମୁମ୍ବାଇ : ଗତ ୧୦ବର୍ଷ ହେଲାଣି ରିୟଲିଟି ସୋ ବିଗ୍‌ବସ୍‌ର ଉପସ୍ଥାପନା କରି ଆସୁଛନ୍ତି ଦବଙ୍ଗ ଷ୍ଟାର ସଲମାନ ଖାନ୍‌ । ତାଙ୍କ ଉପସ୍ଥାପନାକୁ ଦର୍ଶକ ପସନ୍ଦ କରୁଥିବା ବେଳେ ତାଙ୍କ ପାଇଁ ସୋ’ର ଟିଆର୍‌ପି ବଢ଼ୁଥିବାରୁ ନିର୍ମାତାମାନେ ତାଙ୍କୁ ପ୍ରତି ବର୍ଷ ମୋଟା ଅଙ୍କର ପାରିତୋଷିକ ଦେଉଛନ୍ତି । ତେବେ ପ୍ରତି ବର୍ଷ ସଲମାନଙ୍କୁ ସୋ’ର ଉପସ୍ଥାପନା ପାଇଁ କେତେ ଟଙ୍କା ମିଳେ ତାହା ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଥାଏ । କିନ୍ତୁ କେବେ ହେଲେ ସଲମାନ ସେ ବିଷୟରେ କାହାକୁ ଖୋଲାଖୋଲି  ଜଣାଇ ନାହାନ୍ତି ।

Image result for bigg-boss-13
Koimoi

ପୂର୍ବରୁ ଖବର ମିଳିଥିଲା କି ସଲମାନ୍‌ ବିଗ୍‌ବସ୍‌-୧୩ର ୨୬ଟି ଅଧ୍ୟାୟ ପାଇଁ ୪୦୩ କୋଟି ଟଙ୍କା ନେଉଛନ୍ତି । କିନ୍ତୁ ଏବେ ତାହା କେବଳ ଗୁଜବ ବୋଲି ଜଣାପଡ଼ିଛି । ପିଙ୍କ୍‌ଭିଲା ଦେଇଥିବା ରିପୋର୍ଟ ମୁତାବକ, ବିଗ୍‌ ବସ୍‌-୧୩ ୧୫ସପ୍ତାହ ପର୍ଯ୍ୟନ୍ତ ଚାଲିବ । ପ୍ରତି ସପ୍ତାହ ପାଇଁ ସଲମାନ୍‌ଙ୍କୁ ୧୩କୋଟି ଟଙ୍କା ଦିଆଯିବ ବୋଲି ଜଣା ପଡ଼ିଛି । ଅର୍ଥାତ ଅଧ୍ୟାୟ ପିଛା ସେ ୬.୫କୋଟି ଟଙ୍କା ନେବେ । ଦେଖିବାକୁ ଗଲେ ସିଜିନ୍‌-୧୩ ପାଇଁ ସଲମାନଙ୍କୁ ନିର୍ମାତା ୪୦୦କୋଟି ନୁହେଁ ବରଂ ୧୯୫କୋଟି ଟଙ୍କା ଦେବେ । ପୂର୍ବ ବର୍ଷ ସଲମାନଙ୍କୁ ସପ୍ତାହ ପିଛା ୧୧କୋଟି ଟଙ୍କା ଦିଆଯାଉଥିବା ବେଳେ ଚଳିତ ବର୍ଷ ତାହା ବଢ଼ି ୧୩ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର