ବିବାହ କରାଇ ଦେବା ପାଇଁ ପୁଲିସ ନିକଟରେ ଜିଦ ଧରିଥିବା ଦୁଇଫୁଟ ଉଚ୍ଚ ଯୁବକଙ୍କୁ ସଲମାନ ଖାନ ଦେଲେ ଏଭଳି ଅଫର !

ସାମଲି: ଜଣେ ତିନିଫୁଟ ଉଚ୍ଚ ବ୍ୟକ୍ତି ନିଜ ବିବାହକୁ ନେଇ ଚିନ୍ତାରେ ଅଛନ୍ତି । ନିକଟରେ ବିବାହ କରାଇ ଦେବା ପାଇଁ ସେ  ପୁଲିସ ନିକଟକୁ ଆସି ଜିଦ ଧରିଥିବା ଖବର ସାମ୍ନାକୁ ଆସିଥିଲା। ତେବେ ଏହି ଖବର ପ୍ରଘଟ ହେବା ପରେ ଦୁଇଫୁଟ ଛଅ ଇଞ୍ଚ ଉଚ୍ଚର ଅଜିମ ମନସୁରୀ (୨୬)ଙ୍କ ପାଖକୁ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫୋନ ଆସିଛି। ଆଉ ସଲମାନ ତାଙ୍କୁ ମୁମ୍ବାଇ ଡାକିଥିବା କୁହାଯାଉଛି। ସେ ତାଙ୍କ ଦାଦାଙ୍କ ସହ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି।

ତେବେ ଅଜିମଙ୍କ ପାଖକୁ ଆସିଥିବା ଫୋନ କଲଟି ବାସ୍ତବରେ ସଲମାନ ଖାନଙ୍କର ଥିଲା ନା କେହି ମଜାରେ ଏପରି କରିଛି ତାହା ସ୍ପଷ୍ଟ ହୋଇ ପାରି ନାହିଁ। ଅଜିମ ମୁମ୍ବାଇ ଗଲେ ଯାଇ ବାସ୍ତବ କଥା ଜଣାପଡ଼ିବ। ଏବେ ଅଜିମଙ୍କୁ ବିବାହ କରିବା ପାଇଁ ଉତ୍ତରପ୍ରଦେଶ ଓ ବିହାର ଅନ୍ୟ ରାଜ୍ୟରୁ ପ୍ରସ୍ତାବ ଆସିଥିବା ଅଜିମଙ୍କ ପରିବାରଲୋକ କହିଛନ୍ତି।

ନିକଟରେ ଅଜିମ ମନସୁରୀ  ପୁଲିସକୁ ବିବାହ ପାଇଁ କନ୍ୟା ଖୋଜିବାକୁ କହିଥିଲେ। ଅଜିମଙ୍କ ବିବାହ ଚିନ୍ତା ଦେଖି ପୁଲିସ ବିବାହ କରାଇ ଦେବାକୁ ପ୍ରତିଶ୍ରୁତି ବି ଦେଇଥିଲା।

Salman Khan asks fans to take coronavirus threat seriously, says lockdown is not public holiday- The New Indian Express

କୋତବାଲି ଥାନାରେ ପହଞ୍ଚି ଅଜିମ ବିବାହ କରିବାକୁ ଚାହୁଁଛନ୍ତି ଆଉ ସେ ଜ‌ଣେ ପଢ଼ାଲେଖା ଶିଖିଥିବା ଝିଅ ଖୋଜୁଥିବା କହିଥିଲେ। ତେବେ ପୁଲିସ ନିକଟରେ ଏଭଳି ଗୁହାରୀ କରିବା  ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାବଦଙ୍କୁ ଚିଠି ଲେଖି ନିଜର ଏ ଅସୁବିଧା ବିଷୟରେ ଜଣାଇଥିଲେ। ଅଜିମଙ୍କ ୬ଜଣ ଭାଇ-ଭଉଣୀ ଥିବା ବେଳେ ସେ ତୃତୀୟ ସନ୍ତାନ।

चमकी 3 फीट के अजीम मंसूरी की किस्मत, सलमान खान ने मुंबई से भेजा न्योता, शादी के लिए लड़कियों की भी लगी लाइन |up shamli 3 feet azim mansuri called by salman
TV9 Bharatvarsh

ଅଜିମ କାନ୍ଦିକାନ୍ଦି ପୁଲିସ ନିକଟରେ କହିଥିଲେ, ମୁଁ ଜାଣିଛି ମୁଁ ଗରିବ। ଆମର ଆର୍ଥିକସ୍ଥିତି ଏତେଟା ଠିକ ନାହିଁ। କିନ୍ତୁ ପରିବାରର ପେଟ ପୋଷିପାରିବି ଏତିକି ମୁଁ ଜାଣିଛି। ଝିଅ ଯେମିତି ହିଁ ହେଉ ଚଳିବ କିନ୍ତୁ ପାଠପଢ଼ିଥିବା ଜରୁରୀ। ମୋର ଗୋଟିଏ କସମେଟିକ ଦୋକାନ ରହିଛି।

ଅଜିମଙ୍କ ଦୁଃଖ ଶୁଣି ପୁଲିସ ପ୍ରତିଶ୍ରୁତି ଦେଇଥିଲା କି, ରମଜାନ ପୂର୍ବରୁ ବିବାହ ହୋଇଯିବ। କେବଳ ଏତିକି ନୁହେଁ, ବିବାହ ହୋଇଗଲେ ସେ ତାଙ୍କ ପତ୍ନୀଙ୍କ ସହିତ ଗୋଆ, ସିମଲା ଓ ମନାଲି ବୁଲିବାକୁ ଯିବେ ବୋଲି କହିଥିଲେ ଅଜିମ୍।

ସମ୍ବନ୍ଧିତ ଖବର