ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ସଲମାନ ଖାନ ତାଙ୍କ ଚଳଚ୍ଚିତ୍ର ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହି ଆସିଛନ୍ତି। ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କୁ କ୍ରମାଗତ ଭାବେ ହତ୍ୟା ଧମକ ମିଳୁଛି। ଏହି କାରଣରୁ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯିବା ସହିତ ଘର ସାମ୍ନାରେ ସ୍ବତନ୍ତ୍ର କ୍ୟାମେରା ଲଗାଯାଇଛି।

Advertisment

ଏହି କ୍ୟାମେରାରେ ଯେଉଁ ବ୍ୟକ୍ତିଙ୍କ ଚେହେରା ତିନିଥରରୁ ଅଧିକ ଦେଖାଯିବ ସାଇରନ ବାଜି ଉଠିବ। ଏହାପରେ ସଲମାନଙ୍କ ଘର ବାହାରେ କିଏ ରେକି କରୁଛି ସେ ସମ୍ପର୍କରେ ସୁରକ୍ଷାକର୍ମଚାରୀମାନେ ସହଜରେ ଜାଣି ପାରିବେ।   ଏହି କ୍ରମରେ ସଲମାନ ଖାନଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ 'ଲରେନ୍ସ'  ସଲମାନଙ୍କୁ ତାଙ୍କ ପ୍ରିୟ ହିରୋ  ବୋଲି କହୁଛନ୍ତି ।

ସଲମାନ ଖାନ ‘ଦ କପିଲ ଶର୍ମା ସୋ’ରେ ଅନେକଥର ଯୋଗ ଦେଇଛନ୍ତି। ସଲମାନଙ୍କୁ ‘ଦ କପିଲ ଶର୍ମା ସୋ’ରେ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ବସିଥିବା ଜଣେ ବ୍ୟକ୍ତି ନିଜର ମତ ରଖିଥିଲେ। ସେ କହିଥିଲେ- 'ସାର୍, ମୋର ନାମ ଲରେନ୍ସ, ମୁଁ ବମ୍ବେର ବସବାସ କରେ। ପିଲାଦିନରୁ ଆପଣ ମୋର ପ୍ରିୟ ହିରୋ ହୋଇ ରହିଛନ୍ତି।’

ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ  ସଲମାନଙ୍କୁ  ଧମକ ଦେଉଥିବା ଲରେନ୍ସର ବୋଲି ଲୋକ କହୁଥିବା ବେଳେ ବାସ୍ତବରେ ଏହି ଲରେନ୍ସ ହେଉଛନ୍ତି ‘ଦ କପିଲ ଶର୍ମା ସୋ’ରେ ଯୋଗ ଦେଇଥିବା ଜଣେ ଦର୍ଶକ୍।

ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ନିକଟରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଜଣେ ଅଭିଯୁକ୍ତ ମୁମ୍ବାଇ ଟ୍ରାଫିକ ପୁଲିସକୁ ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିବା ସୂଚନା ରହିଛି।

ବାର୍ତ୍ତାରେ ଚେତାବନୀ ଦିଆଯାଇଛି ଯେ ଯଦି ସଲମାନ  ଦାବି ଅନୁସାରେ ଟଙ୍କା ପୈଠ କରିବାରେ ବିଫଳ ହୁଅନ୍ତି, ତେବେ ତାଙ୍କ ଅବସ୍ଥା ମଧ୍ୟ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ଅପେକ୍ଷା ଖରାପ ହେବ।

ବାର୍ତ୍ତାରେ କୁହାଯାଇଛି ଯେ "ଯଦି ସଲମାନ ଖାନ ଜୀବନ୍ତ ରହିବାକୁ ଚାହାଁନ୍ତି ଏବଂ ଲରେନ୍ସ ବିଷ୍ନୋଇଙ୍କ ସହ ଶତ୍ରୁତାକୁ ଶେଷ  କରନ୍ତୁ। ଶତ୍ରୁତା ଶେଷ କରିବା ପାଇଁ ତାଙ୍କୁ ୫ କୋଟି ଟଙ୍କା ଦେବାକୁ ପଡିବ। ଏହାକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ, ନଚେତ୍ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଅବସ୍ଥା ଅପେକ୍ଷା ଖରାପ ହେବ।"

ମୁମ୍ବାଇ ପୁଲିସ ଏହି ଧମକ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି।