ଫିଲ୍ମକୁ ଥିଏଟରରେ ଯାଇ ଦେଖିଲେ ମୋ ଫିଲ୍ମ ୩୪୦ ନୁହେଁ ୬୪୦କୋଟି ଆୟ କରିବ : ସଲମାନ ଖାନ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କୁ ବକ୍ସ ଅଫିସର ସୁଲତାନ ବୋଲି କୁହାଯାଏ । ତାଙ୍କ ଫିଲ୍ମ ୧୫୦କୋଟି ଆୟ କଲେ ମଧ୍ୟ ତାକୁ ହିଟ୍‌ ବୋଲି ଗଣା ଯାଏ ନାହିଁ । ‘ରେସ୍‌-୩’ ଏବଂ ‘ଟ୍ୟୁବ୍‌ଲାଇଟ୍‌’ ଭଳି ଫିଲ୍ମ ଫ୍ଲପ୍‌ ହେବା ପରେ ଫିଲ୍ମ ଭାରତର ବକ୍ସ ଅଫିସ ଆୟକୁ ନେଇ କୌଣସି ଚାପ ରହିଛି କି? ବୋଲି ସଲମାନଙ୍କୁ ପ୍ରଶ୍ନ କରାଯାଇଥିଲା, ଯାହାର ମଜାଦାର ଉତ୍ତର ରଖିଥିଲେ ସଲମାନ ।

ଯଦି ମୋ ଫିଲ୍ମ ୩୦୦କୋଟି ଆୟ କରୁ ବୋଲି ଚାହୁଁଛନ୍ତି, ତେବେ ଆପଣଙ୍କୁ ଥିଏଟର ଯାଇ ଫିଲ୍ମ ଦେଖିବାକୁ ହେବ । ଘରେ ଟିଭିରେ ଆସିଯିବ ବୋଲି ଭାବି ବସିଲେ ବା ସୋସିଆଲ ମିଡିଆରେ ଆସିଯିବ ବୋଲି ଭାବି ବସିଲେ ୩୦୦କୋଟି ଆୟ ହୋଇ ପାରିବ ନାହିଁ । ଥିଏଟରରେ ଯାଇ ଦେଖିବା ପରେ ୩୪୦ କ’ଣ ୬୪୦କୋଟି ଫିଲ୍ମ ଆୟ କରିବ । ସେଥିପାଇଁ ଥିଏଟରକୁ ଯାଇ ଫିଲ୍ମ ଦେଖିବା ଜରୁରୀ ବୋଲି କହିଥିଲେ ସଲମାନ।

ସମ୍ବନ୍ଧିତ ଖବର