ମୁମ୍ବାଇ : ଏବେ ସଲମାନ ଫିଲ୍ମଠାରୁ କିଛି ସମୟ ନିଜକୁ ଦୂରରେ ରଖି ସୋନି ଟିଭିରେ ପ୍ରସାରିତ ହେଉଥିବା ଗେମ୍ ସୋ’ ଦଶ୍ କା ଦମ୍ରେ ବ୍ୟସ୍ତ ଅଛନ୍ତି । ଶେଷଥର ପାଇଁ ସଲମାନଙ୍କୁ ଫିଲ୍ମ ‘ରେସ୍-୩’ରେ ଦର୍ଶକେ ଦେଖିବାକୁ ପାଇଥିବା ବେଳେ ଫିଲ୍ମଟି ବକ୍ସ ଅଫିସରେ ଏତେ ସଫଳତା ପାଇ ପାରି ନଥିଲା । ଆଗକୁ ସଲମାନଙ୍କର ଫିଲ୍ମ ‘ଭାରତ’ ରିଲିଜ୍ ହେବାକୁ ଥିବା ବେଳେ ଏବେ ସେ ନିଜ ରିୟାଲିଟି ଗେମ୍ ସୋ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସୋନି ଟିଭିରେ ପ୍ରସାରିତ ହେଉଥିବା ଗେମ୍ ସୋ’ ଦଶ୍ କା ଦମରେ ସଲାମାନ ସୋ’ର ହୋଷ୍ଟ ଭାବରେ ଦାୟିତ୍ୱ ତୁଲାଉଥିବା ବେଳେ ସମସ୍ତଙ୍କୁ ସଲମାନଙ୍କ ହୋଷ୍ଟିଙ୍ଗ ଖୁବ୍ ପସନ୍ଦ ଆସୁଛି ।
/sambad/media/post_attachments/wp-content/uploads/2018/07/salman-story_1-300x168.jpeg)
ତେବେ ଏକ ସୋ’ର ଏକ ଅଧ୍ୟାୟରେ ସଲମାନ ନିଜ ପ୍ରତିଯୋଗୀଙ୍କ ପାଇଁ ଶିଳ୍ପା ସେଟ୍ଟୀଙ୍କୁ ଫୋନ ଲଗାଇଥିଲେ ବୋଲି ଜଣାପଡ଼ିଛି । ପ୍ରତିଯୋଗୀ ପାୟରଲ ରାଠି ସୋ’କୁ ଆସିଥିବା ବେଳେ ତାଙ୍କ ସ୍ୱାମୀ ଶିଳ୍ପା ସେଟ୍ଟୀଙ୍କର ବହୁତ ବଡ଼ ପ୍ରଶଂସକ ବୋଲି କହିଥିଲେ । ଏହା ଶୁଣିବା ପରେ ସଲମାନ ତୁରନ୍ତ ଶିଳ୍ପାଙ୍କୁ ଫୋନ ଲଗାଇଥିଲେ । ଶିଳ୍ପା ଫୋନ ଉଠାଇବା ପରେ ସଲମାନ ପୂରା ଘଟଣା ବିଷୟରେ ଜଣାଇବା ପରେ ଶିଳ୍ପା ପାୟରଲଙ୍କ ସହ କଥା ହୋଇ ତାଙ୍କ ସୁସ୍ଥ ରହିବା ପାଇଁ ଟିପ୍ସ ଦେଇଥିଲେ ।