ମୁମ୍ବାଇ : ସବୁବେଳେ ନିଜ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି ଦବଙ୍ଗ ଷ୍ଟାର ସଲମାନ ଖାନ୍ । ଏ ନେଇ ସେ କେତେ ବେଳେ ବିବାଦ ତ କେତେ ବେଳେ ଟ୍ରୋଲିଂର ଶିକାର ହୋଇଥାନ୍ତି । ଏବେ ସେ ପୁଣି ଷ୍ଟାରଡମ୍କୁ ନେଇ ଦେଇଥିବା ବୟାନ ପାଇଁ ଚର୍ଚ୍ଚିତ ହୋଇଛନ୍ତି । ଫିଲ୍ମ ଭାରତର ପ୍ରମୋସନ ସମୟରେ ସଲମାନଙ୍କୁ ଷ୍ଟାରଡମ୍କୁ ନେଇ ସେ କ’ଣ ଭାବନ୍ତି ବୋଲି ପଚରାଯାଇଥିଲା ।
/sambad/media/post_attachments/wp-content/uploads/2019/05/1558845050-Shah_Rukh_Khan_Salman_Khan_Aamir_Khan_Akshay_Kumar-300x225.jpg)
ଯାହାର ଉତ୍ତର ରଖି, ଏହା ଏକ ଏମିତି ଜିନିଷ ଯାହା କିଛି ସମୟ ପରେ ମଉଳି ଯାଏ । କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ ଏହାକୁ ସମ୍ବାଳି ପାରିବା ହେଉଛି ଏକ କଳା । ମୁଁ ଭାବୁଛି ଶାହାରୁଖ୍, ଆମୀର, ଅକ୍ଷୟ ଏବଂ ମୁଁ ଏହାକୁ ଦୀର୍ଘ ସମୟ ହେଲାଣି ବଜାୟ ରଖିଛୁ ବୋଲି କହିଥିଲେ ସଲମାନ । ତେବେ ଏ କଥାରେ ସନ୍ଦେହ କରିବାରେ କିଛି ନାହିଁ । ଏହି ୪ଜଣ କଳାକାର ୯୦ଦଶକର ହୋଇ ମଧ୍ୟ ନିଜ ପ୍ରଶଂସକଙ୍କ ମଧ୍ୟରେ ଏବେ ବି ରାଜ କରି ଚାଲିଛନ୍ତି । ଦିନକୁ ଦିନ ଏମାନଙ୍କୁ ଷ୍ଟାରଡମ ବଢ଼ିବାରେ ଲାଗିଛି ।