ମୁମ୍ବାଇ: ସମ୍ପ୍ରତି ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିବା ହୀରାମଣ୍ଡି ୱେବ ସରିଜ ସହିତ ଏହାର କଳାକର ବି ଚର୍ଚ୍ଚାରେ ରହିଛନ୍ତି। ସଞ୍ଜୟ ଲୀଲ ଭନସାଲୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ହୀରାମଣ୍ଡିରେ ମନୀଷା କୋଇରାଲା, ସୋନାକ୍ଷୀ ସିହ୍ନା, ଅଦିତି ରାଓ ହାଇଦରୀ, ଶର୍ମିନ ସେହଗଲ, ରିଚା ଚଢ଼ା ଏବଂ ସଞ୍ଜୀଦା  ଶେଖର ଭଳି କଳାକାରମାନେ ନିଜନିଜର ଅଭିନୟ ଜଲୱା ଦେଖାଇ  ଲାଇମଲାଇଟରେ ରହିଛନ୍ତି।

Advertisment

ଏହି କ୍ରମରେ ଶର୍ମିନ ସେହଗଲ ବି ଚର୍ଚ୍ଚାରେ ଅଛନ୍ତି। ଅଭିନେତ୍ରୀ ନିକଟରେ ଦେଇଥିବା ଏକ ସାକ୍ଷାତକାରେ ସୁପରଷ୍ଟାର ସଲମାନ ଖାନ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିବା କଥାକୁ ଆଲୋଚନା କରିଛନ୍ତି।

ଶର୍ମିନ୍ ସେହଗଲ୍ କହିଛନ୍ତି, ମୁଁ ମାତ୍ର ୨ କିମ୍ବା ୩ ବର୍ଷର ହୋଇଥିବା ବେଳେ ସଲମାନ ଖାନ ମୋତେ ବିବାହ ପ୍ରସ୍ତାବ ଦେଇଥିଲେ। ଏବଂ ମୋତେ ପଚାରିଥିଲେ ତୁମେ ମୋତେ ପସନ୍ଦ କର? ମୋତେ ବିବାହ କରିବ କି?

ସଲମାନଙ୍କ ଏ ପ୍ରଶ୍ନ ଶୁଣି ମୁଁ କିଛି ସମୟ ନୀରବ ରହି ବିବାହ କ’ଣ ଜାଣି ନଥିବା ବେଳେ ତାଙ୍କୁ ଉତ୍ତର ଦେଇଥିଲି  ‘ନା’ । ଏକଥା ମୋର ଯେବେଯେବେ ମନେ ପଡ଼େ ହସ ଲାଗିଥାଏ।’

ନିକଟରେ ଶର୍ମିନ୍ ନେଟଫ୍ଲିକ୍ସ ସୋ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ’ରେ ହୀରାମାଣ୍ଡିର କାଷ୍ଟ ସହିତ ନଜର ଆସିଥିଲେ। ଏହି ମଞ୍ଚରେ ସେକହିଥିଲେ,‘ସଞ୍ଜୟ ଲୀଲା ଭନସାଲୀଙ୍କ ଭଣିଜୀ ହୋଇଥିଲେ ହେଁ ମୋତେ ଆଲମଜେବଙ୍କ ଭୂମିକା ପାଇଁ ୧୬ଥର ଅଡିସନ ଦେବାକୁ ପଡିଥିଲା। ଖୁବ ପରିଶ୍ରମ କରିବାକୁ ପଡ଼ିଥିଲା।’