ନୂଆଦିଲ୍ଲୀ: ବଲିଉଡର ଭାଇଜାନ ସଲମାନ ଖାନ୍ ଏବେ ତାଙ୍କ ଫିଲ୍ମ ସିକନ୍ଦର ପାଇଁ ଚର୍ଚ୍ଚାରେ ଅଛନ୍ତି। ସିକନ୍ଦର ଇଦ୍ ଅବସରରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ପ୍ରଥମ ଦିନ ଫିଲ୍ମଟି ଭଲ ଆୟ କରିଥିଲେ ବି ଏବେ ଫିଲ୍ମର ଆୟ କମିବାରେ ଲାଗିଛି। ଫିଲ୍ମଟି ୧୦୦କୋଟି ପାର୍ କରିପାରିବ କି ନାହିଁ, ସେ ଚିନ୍ତା ଏବେ ନିର୍ମାତାଙ୍କୁ ଘାରିଲାଣି। ଏମଧ୍ୟରେ ବଲିଉଡରୁ ସଲମାନଙ୍କୁ କହେି ସମର୍ଥନ କରୁନଥିବା ଜଣାଯାଇଛି। ଏକଥା ନିଜେ ସଲମାନ ଜଣାଇଛନ୍ତି। ଏକ ସାକ୍ଷାତକାରରେ ସଲମାନଙ୍କୁ ଏନେଇ ପ୍ରଶ୍ନ କରାଯିବା ପରେ ସେ ଉତ୍ତରରେ ସମର୍ଥନ ମିଳୁନଥିବା ବିଷୟରେ କହିଥିଲେ।

Advertisment

ସଲମାନଙ୍କ ନିଜ ସହ-କଳାକାରଙ୍କ ଫିଲ୍ମର ପ୍ରଚାର କରୁଥିବା ଅନେକ ସମୟରେ ଦେଖାଯାଏ। ହେଲେ ସିକନ୍ଦର ପାଇଁ କେହି ପ୍ରଚାର ନକରିବାରୁ ସଲମାନ କହିଛନ୍ତି ଯେ, "ହୁଏତ ସେମାନେ ଭାବୁଛନ୍ତି ଯେ ମୋତେ ସମର୍ଥନର ଆବଶ୍ୟକତା ନାହିଁ। କିନ୍ତୁ ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ, ମୋତେ ବି ସମର୍ଥନର ଆବଶ୍ୟକତା ରହିଛି।"