ମୁମ୍ବାଇ: ଟେଲିଭିଜନ ଜଗତର ବିବାଦୀୟ ତଥା ଲୋକପ୍ରିୟ ରିୟଲିଟି ସୋ’ ବିଗବସ୍ ସିଜନ -୧୪କୁ ଦର୍ଶକ ଅପେକ୍ଷା କରି ରହିଛନ୍ତି। ଏହି ସୋ’ର ପ୍ରିମିୟର୍ ହେବାକୁ କିଛି ସମୟ ବାକି ରହିଥିବା ବେଳେ ଏହାର ନିର୍ମାତାମାନେ ସୋ’ର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏବେ କିନ୍ତୁ ଲାଗୁଛି କି ଏହି ସୋ’ ସମସ୍ୟାରେ ପଡ଼ିପାରେ!
କୁହାଯାଉଛି କି ‘ବିଗବସ’ର ଉପସ୍ଥାପକ ସଲମାନ ଖାନଙ୍କୁ ରାଜସ୍ଥାନ ଯୋଧପୁରର ଜିଲ୍ଲା ଏବଂ ସେସନ୍ ଅଦାଲତଙ୍କ ପକ୍ଷରୁ ସେପ୍ଟେମ୍ବର ୨୮ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଖବର ଶୁଣିବା ପରେ ବିଗବସ୍ ନିର୍ମାତା ଚିନ୍ତାରେ ପଡ଼ି ଯାଇଛନ୍ତି। ‘ବିଗବସ’ର ଉପସ୍ଥାପକ ସଲମାନ ଖାନ୍ କୋଟି କୋଟି ଟଙ୍କାର ପାରିଶ୍ରମିକ ନେଇ ଥାଆନ୍ତି। କେବଳ ଏତିକି ନୁହେଁ, ସଲମାନଙ୍କ ନାମରେ ସୋ’ ନିର୍ମାତା ବଡ଼ ଧରଣର ବାଜି ବି ଲଗାଇ ଥାଆନ୍ତି। ଯୋଧପୁର କୋର୍ଟରେ ହାଜର ହେବା ସୋ’ର ନିର୍ମାତାଙ୍କୁ ମହଙ୍ଗା ପଡ଼ିପାରେ। କାରଣ କୋର୍ଟର କିଛି ବି ଶୁଣାଣି ବିଗବସ୍ ଟିଆରପି ଉପରେ ପଡ଼ିପାରେ ବୋଲି କୁହାଯାଉଛି।
ପ୍ରତିବର୍ଷ ‘ବିଗବସ’ ସଞ୍ଚାଳନା କରିବା ପାଇଁ ସଲମାନ୍ ମୋଟା ଅଙ୍କର ରାଶି ନେଇ ଥାଆନ୍ତି। ‘ବିଗବସ’ର ୧୪ତମ ସିଜନ ପାଇଁ ସଲମାନ ଖାନ୍ ୪୫୦ କୋଟି ଟଙ୍କା ନେବେ ବୋଲି କୁହାଯାଉଛି। ଅର୍ଥାତ ପ୍ରତ୍ୟେକଟି ଏପିସୋଡ୍ ପାଇଁ ସେ ନେବେ ୨୦ କୋଟି ଟଙ୍କା ।