ଫିଟ୍‌ନେସ ପାଇଁ ସଲମାନ ଖାନ୍‌ଙ୍କ ଭିନ୍ନ ପ୍ରୟାସ : ୨୦୨୦ ମଧ୍ୟରେ ସାରା ଦେଶରେ ଖୋଲିବେ ୩୦୦ଜିମ୍‌

ମୁମ୍ବାଇ: ଅନେକ ସମୟରେ ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ନିଜ ଓ୍ଵାର୍କଆଉଟର ଭିଡିଓ ଏବଂ ଫଟୋ ସେୟାର କରିଥାନ୍ତି । ଯାହା ପରେ ଭାଇରାଲ ହେବା ସହ ଲୋକଙ୍କୁ ଫିଟ୍‌ ରହିବା ପାଇଁ ଅନୁପ୍ରାଣିତ କରିଥାଏ । ଏବେ ଫଟୋ ଜରିଆରେ ଅନୁପ୍ରାଣିତ କରିବା ସହ ଦେଶରେ ପ୍ରାୟ ୩୦୦ଟି ଜିମ୍‌ ଖୋଲି ଲୋକଙ୍କୁ ଫିଟ୍‌ ରହିବା ପାଇଁ ପ୍ରୋତ୍ସାହିତ କରିବେ ସଲମାନ । ସଲମାନ ଏସ୍‌କେ-୨୭ ନାମକ ଏକ ଜିମ୍‌ ଫ୍ରାଞ୍ଚାଇଜ୍‌ ଲଞ୍ଚ କରିବାକୁ ଯାଉଥିବା ଜଣା ପଡ଼ିଛି । ୨୦୨୦ ମଧ୍ୟରେ ସେ ସାରା ଦେଶରେ ୩୦୦ଟି ଜିମ୍‌ ଖୋଲିବାର ଯୋଜନା ରଖିଥିବା ସାମ୍ନାକୁ ଆସିଛି । ଦେଶର ସବୁ ନାଗରିକଙ୍କୁ ସୁସ୍ଥ ଏବଂ ଫିଟ୍‌ ରଖିବା ପାଇଁ ଏହି ଜିମ୍‌ ସାରା ଦେଶରେ ଖୋଲାଯିବ ।

Mid-Day

ସଲମାନଙ୍କ ପେଶାଦାର ଜୀବନକୁ ଦେଖିବାକୁ ଗଲେ ଏବେ ସେ ନିଜର ଆଗାମୀ ଫିଲ୍ମ ‘ଦବଙ୍ଗ-୩’କୁ ନେଇ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ସୋନାକ୍ଷୀ ସିହ୍ନା ନଜର ଆସିବେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର