ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’ର ଆଉ ଏକ ନୂଆ ଗୀତ ରିଲିଜ ହୋଇଛି। ଏହି ଗୀତର ଶୀର୍ଷକ ରହିଛି,‘ ‘ଜି ରହେ ଥେ ହମ୍’ ।
ଏହି ଗୀତର ସ୍ବତନ୍ତ୍ରତା ହେଉଛି ଭାଇଜାନ୍ ନିଜେ ଏହି ଗୀତଟିକୁ ଗାଇଛନ୍ତି। ‘ଜି ରହେ ଥେ ହମ୍’ ଗୀତକୁ ଶୁଣିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଗୀତଟି ଅତ୍ୟନ୍ତ ଭାବବିହ୍ବଳ ରହିଛି। ଭାଇଜାନ ଟଙ୍କା ସଞ୍ଚୟ କରିବାକୁ ଯାଇ ନିଜେ ଏହି ଗୀତକୁ ଗାଇ ଦେଇଛନ୍ତି।
‘ଜି ରହେ ଥେ ହମ୍’ରେ ସଲମାନ ଖାନ ଏବଂ ପୂଜା ହେଗଡେଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳୁଛି।
Woh joh falling wala step hai jisme koi step nahiin hai, woh karke dikha do… love ka toh pata nahiin falling is sure 🤣 …#JeeRaheTheHum #30DaysToKBKJhttps://t.co/T1cs92bqlG@hegdepooja @VenkyMama @farhad_samji @AmaalMallik @Musicshabbir @Ranju_Varghese @IamJagguBhai
— Salman Khan (@BeingSalmanKhan) March 21, 2023
ସଲମାନ ଖାନ ନିଜେ ଟୁଇଟ୍ କରି ଏହି ଗୀତର ରିଲିଜ୍ ଘୋଷଣା କରିବା ସହିତ ଗୀତର ଲିଙ୍କ ସେୟାର କରିଛନ୍ତି। କେବଳ ଏତିକି ନୁହେଁ ସଲମାନ ଲୋକଙ୍କୁ ଗୀତର ସିଗନେଚର ଷ୍ଟେପ କରିବା ପାଇଁ ଚ୍ୟାଲେଞ୍ଜ ଦେଇଛନ୍ତି। ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’ର ଦୁଇଟି ଗୀତ ପୂର୍ବରୁ ରିଲିଜ ହୋଇଯାଇଛି।