ଦର୍ଶକ ସଲମାନ୍‌ଙ୍କ ‘ରେସ୍‌ ୩’କୁ କାହିଁକି ‘ଫେକ୍‌ ୩’ବୋଲି କହୁଛନ୍ତି ଜାଣନ୍ତୁ

ନୂଆଦିଲ୍ଲୀ: ସଲମାନ୍‌ ଖାନ୍‌ଙ୍କ ‘ରେସ୍‌ ୩’ ସିନେମା ବକ୍ସ ଅଫିସରେ ଧମାଲ ମଚାଇଛି। ସିନେମାଟି ତିନିଦିନ ଭିତରେ ୧୦୦କୋଟିରୁ ଊର୍ଧ୍ୱ ବ୍ୟବସାୟ କରିସାରିଥିବା ଜଣାପଡ଼ିଛି। ସଲମାନ୍‌ଙ୍କ ଏହା ପ୍ରଥମ ସିନେମା ଯାହାକୁ ନେଇ ସୋସିଆଲ ମିଡିଆରେ ମଜାକ୍‌ ଉଡା ଯାଉଛି। ଏହାପୂର୍ବରୁ ଗୁଗୁଲରେ ସଲମାନ୍‌ ସବୁଠାରୁ ଖରାପ ଭାରତୀୟ ଅଭିନେତା କହୁଥିବାର ଖବର ସାମ୍ନାକୁ ଆସିଥିଲା। ଆପଣ ଗୁଗୁଲରେ Worst Indian Actor କିମ୍ବା Worst Bollywood Actor ସର୍ଚ୍ଚ କରିବା ଦ୍ୱାରା ସଲମାନ୍‌ ଖାନ୍‌ଙ୍କ ନାମ ସାମ୍ନାକୁ ଆସୁଛି।

‘ରେସ୍‌ ୩’ ସିନେମାର ଆକସନ୍‌ ସିନ୍‌ରୁ ଆରମ୍ଭ କରି ଗୀତ ଓ ଡାଇଲଗ୍‌ ଆଦିର ମଜାକ୍‌ ସୋସିଆଲ ମିଡିଆରେ ଦର୍ଶକ ଖୁବ୍‌ ଉଡାଯାଉଛନ୍ତି। କେବଳ ଏତିକି ନୁହେଁ ଫ୍ୟାନ୍ସ ‘ରେସ୍‌ ୩’ର ନାମକୁ ବଦଳାଇ ‘ଫେକ୍‌ ୩’ ବି ରଖି ଦେଇଛନ୍ତି। ସଲମାନ୍‌ଙ୍କ ଏହି ସିନେମାକୁ ନେଇ ସୋସିଆଲ ମିଡିଆରେ ଅନେକ ବ୍ୟାଙ୍ଗାତ୍ମକ କଥା ଦେଖିବାକୁ ଓ ଶୁଣିବାକୁ ମିଳିଛି।

ସମ୍ବନ୍ଧିତ ଖବର