ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଫିଲ୍ମ ‘ସିକନ୍ଦର’ର ଟ୍ରେଲର ପରେ ପ୍ରଶଂସକମାନେ ଫିଲ୍ମ ଦେଖିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି। ସଲମାନଙ୍କ ଫିଲ୍ମ ଇଦ୍ ଅବସରରେ ମାର୍ଚ୍ଚ ୩୦ରେ ପ୍ରେକ୍ଷାଳୟରେ ରିଲିଜ ହେବ। ଫିଲ୍ମର ଆଗୁଆ ବୁକିଂ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଯାଇଛି।
ସମ୍ପ୍ରତି ସଲମାନ ଖାନ ତାଙ୍କର ଫିଲ୍ମ ପ୍ରମୋସନରେ ଖୁବ ବ୍ୟସ୍ତ ଅଛନ୍ତି। ଏହି ସମୟରେ ସଲମାନ ଖାନଙ୍କୁ ରାମ ମନ୍ଦିରର ପ୍ରତୀକ ଥିବା ଏକ ଘଣ୍ଟା ପିନ୍ଧିଥିବାର ଦେଖିବାକୁ ମିଳିଛି। ଏହି ଘଣ୍ଟାକୁ ନେଇ ବିବାଦ ଦେଖାଦେଇଛି।
ଚଳଚ୍ଚିତ୍ର ସମୀକ୍ଷକ କେଆରକେ ସଲମାନଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି କ୍ରମରେ ଅଲ ଇଣ୍ଡିଆ ମୁସଲିମ ଜମାତର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୌଲାନା ଶହାବୁଦ୍ଦିନ ରାଜଭି ମଧ୍ୟ ଆପତ୍ତି ପ୍ରକାଶ କରିଛନ୍ତି।
ଚଳଚ୍ଚିତ୍ର ସମୀକ୍ଷକ କମଲ ରାସିଦ ଖାନ ଓରଫ କେଆରକେ ଏକ୍ସରେ ଲେଖିଛନ୍ତି, 'ଯେଉଁମାନେ ଈଦରେ ସଲମାନ ଖାନଙ୍କ ଫିଲ୍ମ ସିକନ୍ଦର ଦେଖିବାକୁ ଯାଉଛନ୍ତି ଏବଂ ତାଙ୍କୁ ଈଦି ଦେବାକୁ ଚାହୁଁଛନ୍ତି, ସେମାନଙ୍କୁ ଇଦର ଶୁଭେଚ୍ଛା।' ସଲମାନ ରାମ ମନ୍ଦିୀ ପ୍ରତୀକ ଥିବା ଘଣ୍ଟା ପିନ୍ଧି ସମସ୍ତ ମୁସଲମାନଙ୍କୁ ଉପହାସ କରୁଛନ୍ତି। ତାଙ୍କର ସମସ୍ତ ମୁସଲମାନ ପ୍ରଶଂସକ ନିର୍ଲଜ୍ଜ।
ଅଲ ଇଣ୍ଡିଆ ମୁସଲିମ ଜମାତର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୌଲାନା ଶହାବୁଦ୍ଦିନ ରାଜଭି କହିଛନ୍ତି,‘ ଇସଲାମିକ୍ ଆଇନ କୌଣସି ମୁସଲମାନକୁ ଅଣମୁସଲମାନଙ୍କ ଧାର୍ମିକ ପ୍ରତୀକ, କୋଠା କିମ୍ବା ମନ୍ଦିରର ପ୍ରଚାର କରିବାକୁ ଅନୁମତି ଦିଏ ନାହିଁ। ଯଦି ଜଣେ ମୁସଲମାନ ଏପରି ପ୍ରଚାରରେ ସାମିଲ ହୁଏ ତାହା ମନ୍ଦିରର ହେଉ କିମ୍ବା 'ରାମ ସଂସ୍କରଣ' ଘଣ୍ଟା ପିନ୍ଧି, ତେବେ ସରିଆ ଅନୁସାରେ ଏହା ଏକ ଅପରାଧ । ଏହାକୁ ପାପ ବୋଲି ବିବେଚନା କରାଯାଏ। ମୁଁ ସଲମାନ ଖାନଙ୍କୁ ତାଙ୍କ ହାତରୁ ରାମ ନାମ ସଂସ୍କରଣ ଘଣ୍ଟା କାଢ଼ି ଦେବାକୁ ପରାମର୍ଶ ଦେବାକୁ ଚାହୁଁଛି।"