ନୂଆଦିଲ୍ଲୀ: ସୁପରଷ୍ଟାର ସଲମାନ ଖାନ ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ’ର ସିଜିନ୍ ୩ର ପ୍ରଥମ ଏପିସୋଡ୍ରେ ନଜର ଆସିଥିଲେ।
ସଲମାନ ସୁନୀଲ ଗ୍ରୋଭର, କିକୁ ଶାରଦା ଏବଂ କୃଷ୍ଣ ଅଭିଷେକଙ୍କ କମେଡିର ମଜା ନେବା ସହିତ କପିଲ୍ ଶର୍ମା, ନବଜୋତ ସିଂହ ସିଦ୍ଧୁ ଏବଂ ଅର୍ଚ୍ଚନା ପୁରନ୍ ସିଂହଙ୍କ ସହ ମନଖୋଲି କଥା ହୋଇଥିଲେ।
ସୋ’ରେ ଅର୍ଚ୍ଚନା ସଲମାନଙ୍କୁ ପଚାରିଥିଲେ ଯେ ତାଙ୍କୁ ସବୁବେଳେ ତାଙ୍କ ବିବାହ ବିଷୟରେ କାହିଁକି ପଚରାଯାଏ?
ଏହାର ଉତ୍ତର ଦେଇ ସଲମାନ କହିଥିଲେ, "ମୋ ବିବାହ କାହାର ଜୀବନରେ କ’ଣ ଫରକ ପକାଇବ? କଥା ହେଉଛି ଧର୍ଯ୍ୟ, ଝଗଡା, ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପର ପାଇଁ କରୁଥିବା ତ୍ୟାଗ, ସହନଶୀଳତା ଆଉ ନାହିଁ। ଆଜିକାଲି ମହିଳାମାନେ ସାମାନ୍ୟ ଘୁଙ୍ଗୁଡ଼ି ମାରିବା ପାଇଁ ବି ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ଦେଉଛନ୍ତି। ଛୋଟ ଭୁଲ ବୁଝାମଣା ଯୋଗୁଁ ଛାଡପତ୍ର ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।
ବିବାହ କରିବା ପରେ ଯଦି ମୋର କୌଣସି କାରଣରୁ ଝଗଡ଼ା ହୋଇ ଛାଡପତ୍ର ହୋଇଯାଏ। ଆଉ ସ୍ତ୍ରୀ ଭରଣପୋଷଣ ପାଇଁ ଟଙ୍କା ଦାବି କରନ୍ତି ତାହାକୁ ମୁଁ ଦେଇ ପାରିବି ନାହିଁ। ଏଯାବତ କଠିନ ପରିଶ୍ରମ କରି ଯେତିକି ଟଙ୍କା ରୋଜଗାର କରିଛି ତାହାକୁ ହରାଇବାକୁ ଚାହେଁ ନାହିଁ। କାରଣ ସମସ୍ତ ସମ୍ପତ୍ତିକୁ ପୁନଃ ନିର୍ମାଣ କରିବାର ଶକ୍ତି ଏବେ ଆଉ ମୋ ପାଖରେ ନାହିଁ।
ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଆଲୋଚନା କରି ସଲମାନ କହିଛନ୍ତି, ‘ସିକନ୍ଦରର ସୁଟିଂ ସମୟରେ ହୋଇଥିବା ପଞ୍ଜରା ଆଘାତ ହେତୁ ମୁଁ ଟ୍ରାଇଜେମିନାଲ୍ ନ୍ୟୁରାଲଜିଆ ସହିତ ଜଡିତ ଅଛି। ମୋର ମସ୍ତିଷ୍କରେ ଆନ୍ୟୁରିଜମ୍ ସମସ୍ୟା ଅଛି। ଏହା ସତ୍ତ୍ୱେ ବି ମୁଁ କାମ କରୁଛି। ଆଉ ଦର୍ଶକ ପାଇଁ କରି ଚାଲିବି ମଧ୍ୟ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/22/ngadsg-2025-06-22-20-16-36.jpg)