ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ଦବଙ୍ଗବୟ ସଲମାନ୍‌ ଖାନ୍‌ଙ୍କ ଭିଣୋଇ ଆୟୁଷ ଶର୍ମାଙ୍କର ବିଳାସମୟ କାର୍‌ ସଉକ କଥା ପ୍ରାୟ ସମସ୍ତେ ଜାଣନ୍ତି। ତାଙ୍କ ଗ୍ୟ‌ାରେଜ୍‌ରେ ଗୋଟାକୁ କାଟିବା ପରି ଅନ୍ୟ କାର୍‌ ସବୁ ଅଛି। ଯେବେ ବି କିଛି ଭଲ କାର୍‌ ମାର୍କେଟକୁ ଆସେ ଆୟୁ‌ଷ ତାହାକୁ କିଣି ନିଜ ଗ୍ୟାରେଜ୍‌କୁ ଆଣିବାର ସଉକ ରଖନ୍ତି।

Advertisment

ନିକଟରେ ବି ସେ ଏପରି ଏକ କାର୍‌ କିଣିଛନ୍ତି ଯାହା ଅନ୍ୟ କେଉଁ ବଲିଉଡ୍‌ କଳାକାରଙ୍କ ନିକଟରେ ନାହିଁ। ସେ ତାଙ୍କ ଗାଡ଼ି କଲେକ୍ସନ ଭିତରେ ଏବେ ଏକ ଜବରଦସ୍ତ କାର୍‌କୁ ସାମିଲ୍‌ କରିଛନ୍ତି। ଜାଣିବାକୁ ମିଳିଛି ଯେ ଆୟୁଷ ଶର୍ମା ନିକଟରେ ମାସେରାତି ଗ୍ରେକେଲ୍‌ ସ୍ପୋର୍ଟସ କାର୍‌ କିଣିଛନ୍ତି। ଅଭିନେତା ଏହି କାରର୍‌ ଡେଲିଭରି ବେଳର ଫଟୋକୁ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହା ବଲିଉଡ୍‌ ଇଣ୍ଡଷ୍ଟ୍ରିର ପ୍ରଥମ ମାସେରାତି ଗ୍ରେକେଲ୍‌ କାର୍‌। ତେବେ ଏହି ଗାଡ଼ିର ସେ କେଉଁ ଭାରିଆଣ୍ଟ୍‌ କିଣିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ମାତ୍ର ଏହି ଗାଡ଼ିର ଦର ୧.୩୧ କ‌ୋଟି ଟଙ୍କାରୁ ନେଇ ୨.୦୫ କୋଟି ଟଙ୍କା ମଧ୍ୟରେ ପଡୁଛି। 

ଆୟୁଷ ଶର୍ମା ନିଜ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରେ ଏହି ଫଟୋ ସେୟାର୍‌ କରିଛନ୍ତି। ଯେଉଁଥିରେ ସେ କାର୍‌ସହ ପୋଜ୍‌ ଦେଉଥିବାର ନଜର ଆସିଛନ୍ତି। ଏହା ସହିତ ଅଭିନେତା କାର୍‌ର ଇଣ୍ଟେରିୟର୍‌ ଡିଜାଇନ୍‌ର ଭିଡିଓକୁ ବି ଲୋକଙ୍କ ସହ ସେୟାର୍‌ କରିଛନ୍ତି।