ପୁଲଓ୍ଵାମା ଆକ୍ରମଣକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ସଲମାନ ଖାନ୍
ଜମ୍ମୁ-କଶ୍ମୀର: ଜମ୍ମୁକଶ୍ମୀର ପୁଲଓ୍ଵାମାରେ ଆତଙ୍କବାଦୀ ଓ ସିଆରପିଏଫ୍ ଯବାନ ଥିବା ବସ୍ ଉପରେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈସ୍-ଇ-ମହମ୍ମଦର ଆତଙ୍କବାଦୀ ଆତ୍ମଘାତୀ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ୪୦ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ। ଏହାପରେ ଦେଶ ପ୍ରତିଶୋଧ ନିଆଁରେ ଜଳୁଥିଲା। ଆତଙ୍କବାଦୀଙ୍କ ଏହି ଆକ୍ରମଣର ପ୍ରତି ଜବାବ ଦେବାକୁ ଯାଇ ଭାରତୀୟ ବାୟୁସେନା ଜୈସ୍-ଇ-ମହମ୍ମଦର ଶିବିର ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା। ତେବେ ଏହି ଘଟଣାକୁ ନେଇ ସାଧାରଣଲୋକଙ୍କଠାରୁ ଆରମ୍ଭ କରି ଖେଳାଳି, ରାଜନେତା ଓ ସିନେଷ୍ଟାର ନିଜ ମତ ରଖି ପାକିସ୍ତାନ ବିରୋଧରେ ପ୍ରତିଶୋଧ ନେବା ପାଇଁ ଦାବି କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଏହି ଘଟଣାକୁ ନେଇ ଏବେ ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନ୍ ପ୍ରଥମ ଥର ମୁହଁ ଖୋଲିଛନ୍ତି। ନିଜ କମ୍ପାନିର ବ୍ୟାନରରେ ବନୁଥିବା ସିନେମା ‘ନୋଟବୁକ୍’ରେ ସଲମାନ୍ ଖାନ୍ ଜହିର ଇକବାଲ ଓ ପ୍ରନୁତନ ବହଲଙ୍କୁ ଲଞ୍ଚ କରିବାକୁ ଯାଉଛି। ମାର୍ଚ୍ଚ ୨୯ରେ ରିଲିଜ ହେବାକୁ ଯାଉଥିବା ଏହି ସିନେମାଟି କାଶ୍ମୀର ଓ ପିଲାଙ୍କ ଏଜୁକେସନ୍ ଉପରେ ଆଧାରିତ ।
ସଲମାନ୍ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଉପରେ କହିଛନ୍ତି, ଆତଙ୍କବାଦୀଙ୍କୁ ଏଜୁକେସନ୍ ମିଳିଛି କିନ୍ତୁ ଏହା ଭୁଲ ଏଜୁକେସନ୍ ରହିଛି। ତେଣୁ ଆତଙ୍କବାଦୀଙ୍କୁ ଉଚିତ ଶିକ୍ଷା ଦିଆଯିବା ଆବଶ୍ୟକ ରହିଛି। ଫେବ୍ରୁଆରି ୧୪ରେ ୪୦ଜଣ ସିଆରପିଏଫ୍ ଯବାନଙ୍କ ସହିଦ ଖବର ଶୁଣିବା ପରେ ସେ ସ୍ତବ୍ଧ ହୋଇ ରହି ଯାଇଥିବା କଥା କହିଛନ୍ତି।