ମୁମ୍ବାଇ : ବଲିଉଡ୍ ଅଭିନେତା ସଲମାନ ଖାନ୍ଙ୍କ ବିବାହ ଏବେ ଏକ ଜାତୀୟ ବନି ସାରିଛି । ଏ ନେଇ ସଲମାନଙ୍କୁ ଅନେକ ପ୍ରଶ୍ନ କରାଯାଇ ସାରିଥିଲେ ମଧ୍ୟ ସବୁ ସମୟରେ ସେ ଭିନ୍ନ ଭିନ୍ନ ଉତ୍ତର ଦେଇ ଏହି ପ୍ରଶ୍ନକୁ ଏଡ଼ାଇ ଦେଇଛନ୍ତି । ତେବେ ବିବାହକୁ ନେଇ ସଲମାନ ଏବେ ଯେଉଁ ଭଳି ବୟାନ ଦେଇଛନ୍ତି, ତାହା ସମସ୍ତଙ୍କୁ ଚମକାଇ ଦେଇଛି ।
/sambad/media/post_attachments/wp-content/uploads/2019/06/457421_3180014_salman-khan1_updates-300x171.jpg)
ଏକ ସାକ୍ଷାତକାରେ ତାଙ୍କର ବିବାହ ଉପରେ ଭରସା ନାହିଁ ଏବଂ ବିବାହ ହେଉଛି ସମାଜରୁ ଶେଷ ହେଉଥିବା ପରମ୍ପରା ବୋଲି କହିଛନ୍ତି ସଲମାନ। ଟାଇମ୍ସ ଅଫ୍ ଇଣ୍ଡିଆକୁ ସାକ୍ଷାତକାର ଦେଇ ମୋର ବିବାହ ଭଳି ପରମ୍ପରା ଉପରେ ଜମା ବି ବିଶ୍ୱାସ ନାହିଁ । ସମୟ ବିତିବା ସହ ବିବାହ ପ୍ରଥା ଉପରୁ ଲୋକମାନଙ୍କର ବିଶ୍ୱାସ କମିବାରେ ଲାଗିଛି । ବିବାହ ପରିବର୍ତ୍ତେ ମୁଁ ବନ୍ଧୁତାକୁ ପସନ୍ଦ କରେ ବୋଲି କହିଛନ୍ତି ସଲମାନ । ତେବେ ତାଙ୍କର ଏଭଳି ବୟାନ ଆସିବା ପରେ ସଲମାନ କେବେ ବି ବିବାହ କରିବେ ନାହିଁ ବୋଲି ସ୍ପଷ୍ଟ ହୋଇ ଯାଇଛି ।