ଏହି କାରଣରୁ କ୍ୟାଣ୍ଡେଲ୍‌ ଲାଇଟ୍‌ ଡିନର୍‌ କରିବାକୁ ପସନ୍ଦ କରନ୍ତିନି ସଲମାନ ଖାନ

ମୁମ୍ବାଇ: ଦେଶର ବହୁଚର୍ଚ୍ଚିିତ ଅବିବାହିତ ଯୁବକ ଭାବେ ଦବଙ୍ଗ ବୟ ସଲମାନ ଖାନ ବେଶ୍‌ ପରିଚିତ। ୫୦ ବର୍ଷରୁ ଊର୍ଧ୍ୱ ବୟସ୍କ ସଲମାନଙ୍କ ବିବାହକୁ ନେଇ ପୂରା ଦେଶ ମନରେ ଉତ୍ସୁକତା ରହିଥିବା ବେଳେ ନିଜ ବିବାହ ସଂପର୍କରେ କେବେ, କେଉଁଟି ପଦୁଟିଏ ବି କହନ୍ତି ନାହିଁ ସଲମାନ ଖାନ। ନିକଟ ଅତୀତରେ ଫିଲ୍ମଫେୟାର୍‌ରେ ଏକ ସାକ୍ଷାତ୍‌କାରରେ ସଲମାନ କହିଛନ୍ତି କି ତାଙ୍କୁ ଏଯାବତ୍‌ କେହି ବି ଯୁବତୀ ବିବାହ ପାଇଁ ପ୍ରସ୍ତାବ ଦେଇନାହାନ୍ତି।

ଏକ ପ୍ରଶ୍ନ ପଚରାଯାଇଥିଲା, ଅଲ୍ଲି ଆବାସ ଜାଫର୍‌ଙ୍କ ଚଳଚ୍ଚିତ୍ର ‘ଭାରତ’ର ନାୟିକା କ୍ୟାଟ୍ରିନା କୈଫ୍‌ ଚଳଚ୍ଚିତ୍ରରେ ସଲମାନଙ୍କୁ ବିବାହ ପାଇଁ ତାଙ୍କ ଆଡୁ ପ୍ରସ୍ତାବ ଦେଇଛନ୍ତି। ବାସ୍ତବ ଜୀବନରେ ସେପରି ଘଟିଛି କି?

DNA India

ଏହାର ଉତ୍ତରରେ ସଲମାନ କହିଛନ୍ତି, ‘ଏଯାବତ୍‌ ସେପରି କିଛି ଘଟିନାହିଁ। କାହିଁକି ନା, ମୁଁ କାହା ସହ କ୍ୟାଣ୍ଡେଲ୍‌ ଲାଇଟ୍‌ ଡିନର୍‌ରେ ଯାଏ ନାହିଁ। କ୍ୟାଣ୍ଡେଲ୍‌ ଲାଇଟ୍‌ ଡିନର୍‌ରେ ମୋତେ ଖାଇବା ଦିଶେନି। ମାତ୍ର ମୋତେ ଦୁଃଖ ଲାଗୁଛି ଯେ ମୋତେ ଏଯାବତ୍‌ କେହି ବିବାହ ପ୍ରସ୍ତାବ ଦେଇନାହାନ୍ତି।

ସମ୍ବନ୍ଧିତ ଖବର